ବିନା ଏଷ୍ଟିମେଟ ଓ କାର୍ଯ୍ୟାଦେଶରେ ପୂର୍ତ ରାସ୍ତା ନିର୍ମାଣ ଅଭିଯୋଗ
ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ଼-ଗୋବିନ୍ଦପୁର ପୂର୍ତ ରାସ୍ତାର ମଞ୍ଜୁରୀରୋଡ଼ ବଜାର ଠାରୁ ସାନଶାସନ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି।ଏ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ପୂର୍ତ ବିଭାଗ ପକ୍ଷରୁ କାର୍ଯ୍ୟ ପୂର୍ବରୁ କୌଣସ
BINA ESTIMATE RE PURTA RASTA NIRMAN ABHIJOG


ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ଼-ଗୋବିନ୍ଦପୁର ପୂର୍ତ ରାସ୍ତାର ମଞ୍ଜୁରୀରୋଡ଼ ବଜାର ଠାରୁ ସାନଶାସନ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି।ଏ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ପୂର୍ତ ବିଭାଗ ପକ୍ଷରୁ କାର୍ଯ୍ୟ ପୂର୍ବରୁ କୌଣସି ଏଷ୍ଟିମେଟ ଓ କାର୍ଯ୍ୟାଦେଶ ନଥିବା ବେଳେ କେତେକ ବିଜେପି ସମର୍ଥକ ମରାମତି କାମ ଆରମ୍ଭ କରିଥିଲେ।ଗତ ଗୁରୁବାର ଦିନ ସକାଳୁ ଜେସିବି ଯୋଗେ ରାସ୍ତା ତାଡ଼ି କାମ ଆରମ୍ଭ ହେବାରୁ ଏହି ଦଳର ଅନ୍ୟ ଏକ ଗୋଷ୍ଠୀ କାମ କରିବାକୁ ଜିଦ ଧରିଥିଲେ।ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପୁଲିସରେ ଅଭିଯୋଗ ହୋଇଛି।ଏପରି ସ୍ଥିତିରେ ମଞ୍ଜୁରୀରୋଡ଼ ବଜାର ଠାରୁ କଂଟା ଛକ ଯାଏ ରାସ୍ତା ତଡ଼ାଯାଇ କାମ ବନ୍ଦ ରହିଛି।ଫଳରେ ବର୍ଷା ଯୋଗୁଁ ରାସ୍ତାରେ ଦଢ଼ି ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଏହା ବ୍ୟତୀତ ଶନିବାର ଦିନ କେତେକ ବିଜେଡିର ସମର୍ଥକ କଂଟା ଛକ ଠାରୁ ସାନ ଶାସନ ପର୍ଯ୍ୟନ୍ତ କାମ କରିବାକୁ ଉଦ୍ୟମ କରିଥିଲେ।ଏହାକୁ ନେଇ ବିଜେପି ଓ ବିଜେଡିର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ଏହାର ଫଟୋ ଉତୋଳନ ବେଳେ ଜନୈକ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ନିନ୍ଦା କରାଯାଇଛି।ଠିକାଦାରି ପାଇଁ ଲାଇସେନ୍ସ ନଥିବା ଦଳୀୟ କର୍ମୀଙ୍କୁ କିପରି ପୂର୍ତ ବିଭାଗ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇଛି ବୋଲି ପ୍ରଶ୍ନ ଉଠୁଛି।ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀ ମାରାଣ୍ଡି ଏହି ରାସ୍ତା କାର୍ଯ୍ୟ ପାଇଁ ବିଧିବଦ୍ଧ ଭାବେ କାହାକୁ ଦାୟିତ୍ୱ ଦିଆଯାଇନାହିଁ ବୋଲି କହିଛନ୍ତି।ତେବେ କିଏ କିପରି କାମ ଆରମ୍ଭ କରିଛି ଓ ରାସ୍ତା ନିର୍ମାଣର ଭବିଷ୍ୟତ କଣ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।ଏପରି ଅବସ୍ଥାରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ଯାତାୟାତ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି।ନେତାଙ୍କ ଖେଳ ଲୋକଙ୍କ ପାଇଁ କାଳ ହେଉଛି ବୋଲି ଚର୍ଚ୍ଚା ହେଉଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande