ସମ୍ବଲପୁର, ୦୬ ସେପ୍ଟେମ୍ବର (ହି.ସ.) ଓଡ଼ିଶା ସାଂସ୍କୃତିକ ଭବନ ସମ୍ବଲପୁର ପରିସରରେ '୫୦ ଘର ଖଡୁରା ସମାଜ'ର ସର୍ବଭାରତୀୟ ନୂଆଁଖାଇ ଭେଟଘାଟ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବହୁ ଆନନ୍ଦ ଉଲ୍ଲସର ସହ ନୃତ୍ୟ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବେଟୀ ପଢ଼ାଓ, ବେଟୀ ବଚାଓ ସ୍ଲୋଗାନରେ କମ୍ପି ଉଠିଥିଲା ସମଗ୍ର ମଞ୍ଚ। ଏଥିରେ ଓଡ଼ିଶା ତଥା ଓଡିଶା ବାହାରର ସମାଜ ଲୋକ ଉପସ୍ଥିତ ହୋଇ ସମାଜର ଏକତା ପ୍ରସଙ୍ଗ ତଥା ସମାଜ କଲ୍ୟାଣ, ପରିବେଶ ସୁରକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। ନୂଆଖାଇ ଏକ କୃଷିଭିତ୍ତିକ ଗଣପର୍ବ ଏହି ପର୍ବର ଭୂମିକା ପରିବେଶ ସୁରକ୍ଷା ତଥା ସମନ୍ମୟତା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ସଭାରେ ମତପ୍ରକାଶ ପାଇଥିଲା। ସନତ ସାହୁ ଙ୍କ ଅଧ୍ୟକ୍ଷତା ଓ ସାମ୍ବାଦିକ କିଶୋର ସାହୁଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନରେ ପରିଚାଳତ ହୋଇ ଥିବା ବେଳେ ଦ୍ଵିତୀୟ ଅଧିବେଶନରେ ସଭାପତିତ୍ବ କରିଥିଲେ ଗୋକୁଳାନନ୍ଦ ପାତ୍ର।ଏଥିରେ ଗୋବିନ୍ଦ ସାହୁ ଅଧ୍ୟାପକ ଗୋଲାମୁଣ୍ଡା ମହାବିଦ୍ୟାଳୟ, ଟହଲୁ ସାହୁ ଅବସର ପ୍ରାପ୍ତ ପ୍ରାଧ୍ୟାପକ, ଶିକ୍ଷାବିତ ରାମ ନିବାସ ସାହୁ, ପର୍ଶୁରାମ ସାହୁ, ଜଗଦୀଶ ପାତ୍ର ଏବଂ ଉଦ୍ୟୋଗପତି ବୁଦ୍ଧିସାଗର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଭୁଦତ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ