୨୦ଗ୍ରାମ ବ୍ରାଉନ ଜବତ ୧ଗିରଫ
ଖୋର୍ଦ୍ଧା,6 ସେପ୍ଟେମ୍ବର (ହି.ସ.) - ଶନିବାର ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବ୍ରାଉନସୁଗାର କାରବାର କରଥିବା ବେପାରୀକୁ ଗିରଫ କରିଛି। ଗିରଫ ଜଣକ ହେଲା ଶାଗୁଆନ ବଗିଚା ଅଞ୍ଚଳର ନିରଞ୍ଜନ ପାରମଣିକ। ତାଠାରୁ ପୋଲିସ ୨୦ଗ୍ରାମ ବ୍ରାଉନସୁଗାର ସମେତ ଏକ ପଲସର ବାଇକ୍ ଜବତ କରିଛି ବୋଲି ଆଜି ଖୋର୍ଦ୍ଧା ଆଦର୍ଶ
ବ୍ରାଉନ ସୁଗର


ଖୋର୍ଦ୍ଧା,6 ସେପ୍ଟେମ୍ବର (ହି.ସ.) - ଶନିବାର ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ବ୍ରାଉନସୁଗାର କାରବାର କରଥିବା ବେପାରୀକୁ ଗିରଫ କରିଛି। ଗିରଫ ଜଣକ ହେଲା ଶାଗୁଆନ ବଗିଚା ଅଞ୍ଚଳର ନିରଞ୍ଜନ ପାରମଣିକ। ତାଠାରୁ ପୋଲିସ ୨୦ଗ୍ରାମ ବ୍ରାଉନସୁଗାର ସମେତ ଏକ ପଲସର ବାଇକ୍ ଜବତ କରିଛି ବୋଲି ଆଜି ଖୋର୍ଦ୍ଧା ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ସୁଚନା ଦେଇଛନ୍ତି। ସୂଚନା ମୁତାବକ ଆଜି ନିରଞ୍ଜନ ଖୋର୍ଦ୍ଧା ସହର ସ୍ଵପ୍ନେଶ୍ୱର୍ ମନ୍ଦିର ସମ୍ମୁଖରେ ବେପାର ପାଇଁ ଗ୍ରାହକ ଅପେକ୍ଷାରେ ଥିଲା ବେଳେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ନିରଞ୍ଜନଙ୍କୁ ମାଡ଼ି ବସିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande