ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- ବ୍ଲାଇଣ୍ଡ ମର୍ଡର କେଶକୁ ସମାଧାନ କଲା କମିସନରେଟ ପୋଲିସ । ଭରତପୁର ଥାନା
ଅଞ୍ଚଳରେ ଜଣେ ଲେଡି କେୟାର ଟେକର ନିଖୋଜ ମାମଲା କରିଥିଲେ । ବିଭିନ୍ନ ଦିଗକୁ ନେଇ ତଦନ୍ତ
କରିଥିଲା ପୋଲିସ । ପରିବାର ଲୋକେ, ଡିଜିଟାଲ ତଥ୍ୟ, ସିସିଟିଭି ଫୁଟେଜକୁ ଖୋଜା
ଖୋଜି ଆରମ୍ଭ କରିଥିଲୁ । 5ତାରିଖରେ ଖୋର୍ଦ୍ଧା ଅଞ୍ଚଳରୁ ମୃତଦେହକୁ ଜବତ କଲୁ । ଦେବାଶିଷ ବିଶୋଇକୁ
ପୋଲିସ ଗିରଫ କରିଥିଲେ । ଦେବାଶିଷ ମୃତକଙ୍କୁ
ବାଇକରେ ବସେଇ ନେଇଯାଇଥିଲା । ଯେଉଁଦିନ ନେଇଥିଲା ସେହିଦିନ ହତ୍ୟା କରିଦେଇଥିବା ପୋଲିସ ଆଗରେ
ମାଲିଥିଲା । ମୃତକଙ୍କ ଫୋନକୁ ଦୁଇ ମାସର ଥରେ ଥରେ ଅନ୍ କରୁଥିଲା । ସେଥିପାଇଁ ପୋଲିସ ମିସିଙ୍ଗ କେଶ ରୁଜୁ କରି ଖୋଜୁଥିଲା
। ଅଭିଯୁକ୍ତକୁ ଧରିବା ପରେ ସେ ଝିଅକୁ ହତ୍ୟା କରି ଖୋର୍ଦ୍ଧା ଅଞ୍ଚଳରେ ଫିଙ୍ଗି ଦେଇଥିଲା । ମୃତକଙ୍କ
ମୋବାଇଲ, ତାଙ୍କ ଭାଇ ମୋବାଇଲ, ମୃତକଙ୍କ ସମସ୍ତ ଜିନିଷ ଅଭିଯୁକ୍ତ ନିକଟରୁ ମିଳିଥିଲା । ତଣ୍ଟି ଚିପି
ହତ୍ୟା କରିଥିଲା ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା