ସିପିଆଇର ୨୪ତମ ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ
ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତିନିଦିନିଆ ରାଜ୍ୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ସାମ୍ବିଧାନିକ ସ୍ୱାୟତ୍ତ ସଂସ୍ଥା କେନ୍ଦ୍ରୀୟ ନିର୍ବାଚନ କମିଶନ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଭୋଟ ଚୋରୀ ଓ ଭୋଟଦାତାଙ୍କୁ ଭୋଟଦାନ ଅଧିକାରରୁ
ସିପିଆଇର ୨୪ତମ ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ


ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ତିନିଦିନିଆ ରାଜ୍ୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ସାମ୍ବିଧାନିକ ସ୍ୱାୟତ୍ତ ସଂସ୍ଥା କେନ୍ଦ୍ରୀୟ ନିର୍ବାଚନ କମିଶନ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଭୋଟ ଚୋରୀ ଓ ଭୋଟଦାତାଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରିବା ପାଇଁ ତଥାକଥିତ ଏସ୍‌ଆଇଆର୍ ନାମରେ ଦେଶର ଗଣତନ୍ତ୍ର ଉପରେ ବଜେପିର ନଗ୍ନ ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ପ୍ରସ୍ତାବ ସାଙ୍ଗକୁ କେନ୍ଦ୍ର ସରକାରଙ୍କ ଖଣିଜ ଘରୋଇକରଣ, ବିଜେପିକୁ ଚାନ୍ଦାଦେଉଥିବା କର୍ପୋରେଟ୍‌ମାନଙ୍କ ସ୍ୱାର୍ଥରେ ହଜାର ହଜାର ଆଦିବାସୀଙ୍କୁ ବିସ୍ଥାପନ, ଜିଏସ୍‌ଟି ନାମରେ ସମସ୍ତ ସାମଗ୍ରୀ ଉପରେ ଅତ୍ୟଧିକ ଟିକସର ବୋଝ ଓ ଜାତୀୟ ଶିକ୍ଷାନୀତି-୨୦୨୦ ଆଳରେ ଶିକ୍ଷାର ଘରୋଇକରଣ, ସ୍କୀମ୍ ୱାର୍କରମାନଙ୍କୁ ୱାର୍କର ମାନ୍ୟତା, କୃଷକଙ୍କୁ ସହଜ ଫସଲ ବୀମା ଓ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବିରେ ବ୍ୟାପକ ଗଣସଂଘର୍ଷ ସଂଗଠିତ କରିବାକୁ ପ୍ରସ୍ତାବମାନ ଗୃହୀତ ହୋଇଛି। ସମ୍ମିଳନୀର ଶେଷ ଅଧିବେଶନରେ ପାର୍ଟିର ଓଡ଼ିଶା ଦାୟିତ୍ୱରେ ଥିବା ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଓ ଆନ୍ତର୍ଜାତିକ ସମ୍ପର୍କ ସମ୍ପାଦକ ପଲ୍ଲବ ସେନଗୁପ୍ତ ଉଦ୍‌ବୋଧନ ଦେଇ ଦେଶର ସାମ୍ପ୍ରତିକ, ରାଜନୈତିକ ଅବସ୍ଥା ଓ ଏହି ପରିସ୍ଥିତିକୁ ମୁକାବିଲା କରି ବାମପନ୍ଥୀ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଶକ୍ତିଙ୍କୁ ଐକ୍ୟବଦ୍ଧ କରାଇ ସାମ୍ପ୍ରଦାୟିକ ଏକଚ୍ଛତ୍ରବାଦୀ ବିଜେପିକୁ ଏକଘରକିଆ କରିବା ସହ ପରାଜିତ କରିବା, ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଅଧିକରୁ ଅଧିକ ଛାତ୍ର, ଯୁବ, ଶ୍ରମିକ, ମହିଳା ଓ ବୁଦ୍ଧିଜୀବୀଙ୍କୁ ସାମିଲ କରାଇ ଏହାର ଗଣଭିତ୍ତି ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ। ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓଙ୍କ ଦ୍ୱାରା ଆଗତ ଯଥାକ୍ରମେ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା। ପାର୍ଟିର କଣ୍ଟ୍ରୋଲ କମିଶନ ଅଧ୍ୟକ୍ଷ ବସନ୍ତ ପାଇକରାୟ ଓ ଅଡିଟ୍ କମିଶନ ସଦସ୍ୟ ସୁରେଶ ଚନ୍ଦ୍ର ବିଶ୍ୱାଳ ଗତ ୩ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ। ଆଗାମୀ ୨୧ରୁ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ପାର୍ଟିର ସର୍ବ ଭାରତୀୟ ମହା ଅଧିବେଶନ ପାଇଁ ୧୭ଜଣ ପ୍ରତିନିଧି ରାଜ୍ୟ ସମ୍ମିଳନୀ ଦ୍ୱାରା ନିର୍ବାଚିତ ହୋଇଥିଲେ। ଆଗାମୀ ୩ ବର୍ଷ ପାଇଁ ୬୧ଜଣିଆ ରାଜ୍ୟ ପରିଷଦ, ୨୫ ଜଣିଆ ରାଜ୍ୟ କାର୍ଯ୍ୟକାରୀ କମିଟି ଓ ୭ଜଣିଆ କଣ୍ଟ୍ରୋଲ କମିଶନ ନିର୍ବାଚିତ ହୋଇଛନ୍ତି। ଏହି ନବ ନିର୍ବାଚିତ ରାଜ୍ୟ ପରିଷଦ ଯୁବପୀଢ଼ିକୁ ଅଗ୍ରାଧିକାର ଦେଇ ଡଃ ପ୍ରଶାନ୍ତ ମିଶ୍ରଙ୍କୁ ରାଜ୍ୟ ସମ୍ପାଦକ ଭାବେ ନିର୍ବାଚିତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande