ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ
ଜୟପୁର, 6 ସେପ୍ଟେମ୍ବର (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଆଜି ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସା˚ସଦ ସପ୍ତଗିରି ଉଲକାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,ଲକ୍
ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ


ଜୟପୁର, 6 ସେପ୍ଟେମ୍ବର (ହି.ସ.)

କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଆଜି ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସା˚ସଦ ସପ୍ତଗିରି ଉଲକାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋରାପୁଟ ବିଧାୟକ ରଘୁରାମ ମାଛ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ୟା ବିଷୟରେ ଆଲୋଚନା କରିବା ସହ ପଚାରି ବୁଝିଥିଲେ। ଜିଲ୍ଲା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଥିବା ଯୋଗୁଁ ସମସ୍ତ ଜନପ୍ରତିନିଧି ମାନେ ବିଗିଡିଥିଲେ। ଜିଲ୍ଲା ଚିକିତ୍ସଳୟରେ ୧୫୬ ଜଣ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୪୮ ଜଣ ଡାକ୍ତର ରହିଛନ୍ତି। ୧୦୮ ଡାକ୍ତର ପଦବୀ ଖାଲି ପଡିଥିବା ଯୋଗୁଁ ଏହା କିପରି ପୁରଣ ହେବ ସେନେଇ ଆଲୋଚନା କରାଯାଇଥିଲା। କିଭଳି ଭାବେ ରୋଗୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ଗୁରୁତ୍ବାରୋପ କରାଯାଇଥିଲା। ଗତବର୍ଷ ୨୫ ପ୍ରତିଶତ ରୋଗୀଙ୍କୁ ରେଫେରାଲ କରାଯାଇଥିବା ବେଳେ ଚଳିତ ବର୍ଷ ତାହା ହ୍ରାସ ପାଇ ୧୮ ପ୍ରତିଶତକୁ ଆସିଛି। ଡାକ୍ତରଖାନାରେ ଯେଉଁ ଡାକ୍ତର ମାନେ ରେଫେରାଲ ନିମନ୍ତେ ଲେଖୁଛନ୍ତି ସେମାନଙ୍କ ତାଲିକା ଦେଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସର୍ଜରୀ ଓ ଏନାସଥେସିଆ ବିଭାଗରେ ଡାକ୍ତର ଅଭାବ ଥିବା ଯୋଗୁଁ ଜୟପୁର ଡାକ୍ତରଖାନାରେ ସର୍ଜରୀ ହୋଇପାରୁନାହିଁ। ତୁରନ୍ତ ସରକାର ଏଥିପ୍ରତି ଯେପରି ଗୁରୁତ୍ବ ଦେବେ ସେନେଇ ବିଧାନ ସଭାରେ ଆଲୋଚନା କରାଯିବ। ଆଗାମୀ ଦିନରେ ସିଟିସ୍କାନ ଓ ଏମଆରଆଇ ଦୁଇଟି ମ୍ୟାସିନ ଜିଲ୍ଲା ଚିକିତ୍ସାଳୟରେ ଲଗାଇବା ପାଇଁ ଦାବି କରାଯିବ। ଡାକ୍ତରଖାନାରେ ବେଡ ର ଅଭାବ ଯୋଗୁଁ ରୋଗୀ ମାନେ ଚଟାଣରେ ଶୋଇ ହନ୍ତସନ୍ତ ହେଉଛନ୍ତି। ଏମିତିକି ଗୋଟିଏ ଵାର୍ଡରେ ପ୍ରସୂତିମାନଙ୍କ ସହ ଡାଇରିଆ ରୋଗୀମାନଙ୍କୁ ରଖାଯିବାକୁ ପଡୁଛି।

ବର୍ଷାହେଲେ ଡାକ୍ତରଖାନା ପରିସରରେ କୃତ୍ତିମ ବନ୍ୟା ସ୍ଥିତି,ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ନୂତନ କୋଠା ଗୁଡିକରୁ ବର୍ଷା ହେଲେ ପାଣି ଗଳିବା, ଚିକିତ୍ସାଳୟ ନିକଟରେ ଥିବା ବାସଗୃହ ଗୁଡିକରେ ମଧ୍ୟ ପାଣି ଗଳୁଥିବା ଯୋଗୁଁ ଜନପ୍ରତିନିଧି ମାନେ ଠିକାଦାରଙ୍କ ବିଲ ପାସ ନକରିବାକୁ ଉଦବେଗ ପ୍ରକାଶ କରିଥିଲେ। ପୂର୍ବ ବୈଠକ ସ˚ପର୍କରେ ଆଲୋଚନା କରାଯିବା ପରେ ୨୦୨୪-୨୫ ମସିହା ପାଇଁ ଆବଶ୍ୟକ ପଦକ୍ଷେପ ଓ ବଜେଟ ସ˚ପର୍କରେ ଆଲୋଚନା କରାଯାଇଥିଲା। ଏକ୍ସରେ ଅଲଟ୍ରା ସାଉଣ୍ତ ବ୍ୟବସ୍ଥା ଡାକ୍ତରଖାନାରେ ଥିବା ବେଳେ ରାତିରେ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କେତେଜଣ ଜନସାଧାରଣ ଆପତ୍ତି ଉଠାଇଥିଲେ। ସମସ୍ତ ଦିଗପ୍ରତି ନଜର ପକାଇବା ସହ ଜନସ୍ବାର୍ଥ ଦୃଷ୍ଟିରୁ ଦେଖାଦେଉଥିବା ସମସ୍ୟା ଗୁଡିକର ଆଶୁ ସମାଧାନ କରିବା ପାଇଁ ସା˚ସଦ ଓ ବିଧାୟକ ମାନେ ପ୍ରକାଶ କରିବା ସହ ଆବଶ୍ୟକ ସାମଗ୍ରୀ ଉପରେ ଆଲୋକପାତ କଲେ ଆଗାମୀ ଦିନରେ ବିଧାନ ସଭାରେ ପ୍ରସ୍ତାବ ଗୃହିତ କରାଯିବ ବୋଲି କହିଥିଲେ। ଆଜିର ଏହି ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ, ଉପଜିଲ୍ଲାପାଳ ଏ ସସ୍ୟାରେଡ୍ଡୀ, ସିଡିଏମଓ ରବିନ୍ଦ୍ର ନାଥ ମିଶ୍ର, ଜୟପୁର ଜିଲ୍ଲା ଚିକିତ୍ସାଳୟ ସୁପରିଟେଣ୍ତେଣ୍ଟ ଦିଲିପ କୁମାର ବିଶ୍ବାଳ,ଏସଡିପିଓ ପାର୍ଥ କଶ୍ୟପ, ବିଡିଓ ଶକ୍ତି ମହାପାତ୍ରଙ୍କ ସମେତ ସମସ୍ତ ଡାକ୍ତର,ରୋଗୀ କଲ୍ୟାଣ ସମିତି କର୍ମକର୍ତ୍ତା ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande