ଭୁବନେଶ୍ୱର, ୬ ସେପ୍ଟେମ୍ବର (ହି.ସ.)- ଆଗାମୀ ୫ ଦିନ ରାଜ୍ୟର କେତେକ ସ୍ଥାନରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପରବର୍ତୀ ୨ ଦିନ ପାଇଁ କୌଣସି ଚେତାବନୀ ନାହିଁ ।
ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୪ ଜିଲ୍ଲା(ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏ ଦୁଇଟି ସ୍ଥ।।ନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।
ଆସନ୍ତାକାଲି ଅର୍ଥାତ୍ ୭ ତାରିଖରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୮ ତାରିଖରେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ରାଜ୍ୟର ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୯ ତାରିଖରେ ଭୀଷଣ ବର୍ଷା ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୦ ତାରିଖରେ ଭୀଷଣ ବର୍ଷା ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୧ ତାରିଖ ଓ ୧୨ ତାରିଖ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ