ମାଲକାନଗିରି, ୬ ସେପ୍ଟେମ୍ବର (ହି.ସ.)- ଶନିବାର ଜୁନିଅର ରେଡ଼କ୍ରସର ଅଣ ତାଲିମ ପରାମର୍ଶଦାତା ମାନଙ୍କର ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ମାଲକାନଗିରି ଜିଲ୍ଲା ସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମଭି - ୭ ଠାରେ ଉଦଘାଟିତ ହୋଇଯାଇଛି। ଏହି ଶିବିର ତା ୦୬.୦୮.୨୦୨୫ ରୁ ୦୮.୦୯.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିର ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ୟୁନିଟ୍ ର ଉପାଧ୍ୟକ୍ଷ ବେଦବର ପ୍ରଧାନ ମୁଖ୍ୟଅତିଥି, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ରାଉତ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ ଇଶ୍ଵର ରାଓ, ଜିଲ୍ଲା ଜେ ଆର.ସି ଅଫିସର ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ଏହି ସଭାକୁ ଜେ ଆର.ସି ସଂଯୋଜକ ଦେବାରାଜ ସେଠୀ ସଂଯୋଜନା କରିଥିଲେ, ଶେଷରେ ଜେ ଆର ସି କାଉନସିଲର ଦୀନବନ୍ଧୁ ବେଜ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଫଟୋ ଓ ରେଡ଼କ୍ରସ ପ୍ରତିଷ୍ଠାତା ସାର ହେନେରୀ ଡୁନାଣ୍ଟ ଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା, ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ରେଡ଼କ୍ରସ ପତାକା ଉତ୍ତୋଳନ କରାଯାଇଥିଲା ।
ଏହି ଜୁନିୟର ରେଡ଼କ୍ରସ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରାୟ ୫୩ ଟି ବିଦ୍ୟାଳୟର କାଉନସିଲର ଉପସ୍ଥିତ ରହିଛନ୍ତି l
ପ୍ରଥମ ଦିନର ପ୍ରଥମ କାଳାଂଶରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ଉପରେ ଜେ ଆର.ସି ସଂଯୋଜକ ଦେବରାଜ ସେଠୀ ଶିକ୍ଷାଦାନ କରିଥିଲେ, ଜେ ଆର.ସି ବସନ୍ତ କୁମାର ପ୍ରଧାନ ଦ୍ୱିତୀୟ କାଳାଂଶରେ ପ୍ରାଥମିକ ଚିକିତ୍ସା ଉପରେ ଶିକ୍ଷାଦାନ କରିଥିଲେ । ଠିକ ପାଞ୍ଚଟା ତିରିଶ ମିନିଟ ସମୟରେ ପତକା ଅବତ୍ତଳନ ହୋଇଥିଲା। ପରେ ଅପରାହ୍ନ ୬ଟା ସମୟରେ କାଉନସିଲର ମାନଙ୍କର ସଂଧ୍ୟା ଜଳପାନ ବିରତି ହୋଇଥିଲା। ଜଳପାନ ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ