ଗଞାମ, ୬ ସେପ୍ଟେମ୍ବର (ହି.ସ.)- ପିତଳ ଧର୍ମାନନ୍ଦ ମହିଳା ସମିତି ପକ୍ଷରୁ ଜନସେବୀ ଡାକ୍ତର ଧର୍ମାନନ୍ଦ ମହାନ୍ତିଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରେ ସମିତି ପରିସରରେ ଥିବା ସ୍ୱର୍ଗତ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ସମାଜସେବୀ ଭକ୍ତ ଵତ୍ସଳ ପଟ୍ଟନାୟକ, ଡାକ୍ତର ହୃଷୀକେଶ ମହାନ୍ତି, ସମିତି ସମ୍ପାଦିକା ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।ଏହାପରେ ଏକ ଶ୍ରଦ୍ଧାଞ୍ଜଳୀ ସଭାରେ ଡାକ୍ତର ମହାନ୍ତିଙ୍କ ଗୁ୍ଣକୀର୍ତ୍ତନ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ