ଗଞ୍ଜେଇ ଭର୍ତି ଗାଡ଼ିକୁ ନିଜେ ଡ୍ରାଇଭର ଜାଳିଦେଇ ଫେରାର
ସୁବର୍ଣ୍ଣପୁର, ୦୬ ସେପ୍ଟେମ୍ବର(ହି.ସ.) – ଆଜି ଭୋର୍ ସକାଳେ ବିନିକା ସହରର ନୂଆବଜାରରେ ଗଞ୍ଜେଇ ଭର୍ତି ଏକ ନମ୍ବର ବିହୀନ ଆର୍ଟିଗାଁ ଗାଡ଼ି ହଠାତ ହୁତୁ ହୁତୁ ହୋଇ ଜଳି ଯାଇଥିଲା ଗାଡ଼ିରେ ଥିବା ଡ୍ରାଇଭର ଜଣକ ନିମିଷକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଗଲା। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଂଚି ନିଆକୁ
ଗଞ୍ଜେଇ ଭର୍ତ୍ତି ଗାଡିକୁ ନିଜେ ଡ୍ରାଇଭର ଜାଳିଦେଇ ଫେରାର


ଗଞ୍ଜେଇ ଭର୍ତ୍ତି ଗାଡିକୁ ନିଜେ ଡ୍ରାଇଭର ଜାଳିଦେଇ ଫେରାର


ସୁବର୍ଣ୍ଣପୁର, ୦୬ ସେପ୍ଟେମ୍ବର(ହି.ସ.) – ଆଜି ଭୋର୍ ସକାଳେ ବିନିକା ସହରର ନୂଆବଜାରରେ ଗଞ୍ଜେଇ ଭର୍ତି ଏକ ନମ୍ବର ବିହୀନ ଆର୍ଟିଗାଁ ଗାଡ଼ି ହଠାତ ହୁତୁ ହୁତୁ ହୋଇ ଜଳି ଯାଇଥିଲା ଗାଡ଼ିରେ ଥିବା ଡ୍ରାଇଭର ଜଣକ ନିମିଷକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଗଲା। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ କରିଥିବାବେଳେ ବିନିକା ପୁଲିସ ପହଂଚି ଗଞ୍ଜେଇ ଗାଡ଼ିକୁ ଜବତ କରିଛି। ତେବେ ଗାଡ଼ି ଭିତରୁ ୨କୁଇଂଟାଲରୁ ଅଧିକ କିଲୋ ଗଞ୍ଜେଇ ବାହାରିଛି ଓ ଦୃତ ଗତିରେ ଏହି ରାସ୍ତାଦେଇ ଯାଉଥିବା ଉକ୍ତ ଗାଡ଼ିର ଆଗ ଚକ ଫାଟି ଯିବାରୁ ଗଞ୍ଜେଇ ଭର୍ତି ଗାଡ଼ିଟି ଆଗକୁ ଆଉ ଯାଇପାରି ନଥିଲା। ଫଳରେ ଗାଡ଼ି ଡ୍ରାଇଭର ପୋଲିସ ଭୟରେ ବୋଧେ ପେଟ୍ରୋଲ ଢାଳି ଗାଡ଼ିକୁ ଜାଳି ଫେରାର ମାରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଶୁଣିବାକୁ ମିଳୁଛି ଓ ସୂଚନା ଅନୁସାରେ ଆଜି ସକାଳୁ ସୋନପୁର ପଟରୁ ଗଂଜେଇ ଭର୍ତି କରି ବିନିକା ଦେଇ ଏକ ଆର୍ଟିଗା ଗାଡ଼ି ଯାଉଥିବାବେଳେ ନୁଆଁ ବଜାର ନିକଟରେ ଗାଡ଼ିର ଚକା ଫାଟିଯାଇଥିଲା ଫଳରେ ଡ୍ରାଇଭର ଜଣକ ଗାଡ଼ିରୁ ଓହ୍ଲାଇ ଗାଡ଼ିର ନମ୍ବର ପ୍ଲେଟକୁ ଖୋଲି ଗାଡ଼ିରେ ପେଟ୍ରୋଲ ଛିଂଚି ନିଆଁ ଲଗାଇ ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଠିକ୍ ସେତିକିବେଳେ ଗଞ୍ଜେଇ ଭର୍ତି କାର୍‌ର ଆଗ ପଛରେ ଆଉ ୨ ଗୋଟି ଗାଡ଼ି ଯାଉଥିଲା। ଡ୍ରାଇଭର ଜଣକ ପଛ ଗାଡ଼ିରେ ବସି ଚଂପଟ ମାରିଥିଲା। ନିଆଁ ଲାଗିଥିବା କାର୍‌ଟି ହୁ ହୁ ଜୋର୍‌ରେ ଜଳିବା ପରେ କାଳେ ନିଆଁ ଅନ୍ୟ ସ୍ଥାନକୁ ପ୍ରଘଟ ହେବ ସେ ନେଇ ରାସ୍ତାରେ ଯିବାଆସିବା କରୁଥିବା ଲୋକେ ତୁରନ୍ତ ଦମକଳ ବାହୀନିକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଲିଭାଇଥିଲେ। ତେବେ ଘଟଣାସ୍ଥଳକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଦୟାରାମ ମେହେର, ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ପହଂଚି ଗାଡ଼ି ଏବଂ ପ୍ରାୟ ୨.୫୦ କ୍ୱିଂଟାଲ ଗଂଜେଇ ଜବତ କରି ତଦନ୍ତ ଚଳାଇଥିବା ପୁଲିସ ସୂଚନା ଦେଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande