କନ୍ଧମାଳ, ୬ ସେପ୍ଟେମ୍ବର (ହି.ସ.)- ମଦ ପିଇ ଗାଡି ଚଳାଇବାରୁ ବନ୍ଧା ହେଲେ ଡ୍ରାଇଭର।
ଫୁଲବାଣୀ ଆଦର୍ଶ ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଡ୍ରାଇଭର ବଳରାମ ରଣା ଏକ ଟୋୟଟାୟା ଫର୍ଚୁନର, କଳା ରଙ୍ଗର ଗାଡି ନମ୍ବର (ଓଡ଼ି୧୨ ବି ୦୦୩୬)ରେ ଅତ୍ୟଧିକ ମଦ ପାନ କରି ଟ୍ରାଫିକ ପୋଲିସ ସହିତ ଯୁକ୍ତିତର୍କ କରିଥିଲା। ଏହି ଖବର ପାଇ ଫୁଲବାଣୀ ଆଦର୍ଶ ଥାନାର ଏଏସଆଇ ପ୍ରକାଶ କୁମାର ସାମନ୍ତରାୟ ସନ୍ଧ୍ୟା ସମୟରେ ପେଟ୍ରୋଲିଂ ବେଳେ ତାକୁ କାବୁ କରି ସଙ୍ଗେ ସଙ୍ଗେ ଥାନାକୁ ଗାଡି ଓ ଡ୍ରାଇଭରକୁ ଆଣିଥିଲେ। ଡ୍ରାଇଭରକୁ ମଦ୍ୟପାନ ମାପକ ଯନ୍ତ୍ର ବ୍ରେଥ୍ ଆନାଲାଇଜର ଦ୍ଵାରା ଫୁଙ୍କା ଯାଇଥିଲା । ଅତ୍ୟଧିକ ମାଦକ ଦ୍ରବ୍ୟ ସେବନ କରିଥିବା ଜଣା ପଡିଥିଲା l ତେଣୁ ଡ୍ରାଇଭରକୁ ଗିରଫ କରି ଏକ ମାମଲା ୩୩୬/୨୦୨୫ ଓ ଦଫା ୨୮୧, ୧୮୫ ଏମଭିଆଇ ଆକ୍ଟରେ ରୁଜୁ କରି ତାକୁ ଆଜି କୋର୍ଟରେ ହାଜର କରାଇଥିବା ନେଇ ସୂଚନା ଦେଇଛନ୍ତି। ଗାଡିଟିକୁ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତକାରୀ ପୁଲିସ ଅଧିକାରୀ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ