ଶେଷ ପରିଚୟ ବୃଦ୍ଧାଶ୍ରମର ବାର୍ଷିକ ଉତ୍ସବ ଓ ନୂତନ ଗୃହ ପ୍ରବେଶ
କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ପବିତ୍ର ଗୁରୁ ଦିବସ ଅବସରରେ ପାଣିକୋଇଲିସ୍ଥିତ ସମାଜସେବା ସଂଗଠନ ତଥା ଶେଷ ପରିଚୟ ବୃଦ୍ଧାଶ୍ରମ ତାର ନୂତନ ଗୃହ ପ୍ରବେଶ ଓ ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଉତ୍ସବରେ ବିଶିଷ୍ଠ ଶିକ୍ଷାବିତ୍ ଉକ୍ଟର ଅଭୟ କୁମାର ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭ
ଶେଷ ପରିଚୟ ବୃଦ୍ଧାଶ୍ରମର ବାର୍ଷିକ ଉତ୍ସବ ଓ ନୂତନ ଗୃହ ପ୍ରବେଶ


କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ପବିତ୍ର ଗୁରୁ ଦିବସ ଅବସରରେ ପାଣିକୋଇଲିସ୍ଥିତ ସମାଜସେବା ସଂଗଠନ ତଥା ଶେଷ ପରିଚୟ ବୃଦ୍ଧାଶ୍ରମ ତାର ନୂତନ ଗୃହ ପ୍ରବେଶ ଓ ତୃତୀୟ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଉତ୍ସବରେ ବିଶିଷ୍ଠ ଶିକ୍ଷାବିତ୍ ଉକ୍ଟର ଅଭୟ କୁମାର ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ନୂତନ ଭଡା ଘରେ ଅନ୍ତେବାସୀଙ୍କୁ ସ୍ୱାଗତ କରିଥିଲେ । ଏହି ଉତ୍ସବରେ ଶେଷ ପରିଚୟର ବରିଷ୍ଠ ଉପଦେଷ୍ଟା ସୁବାଧଳ, ନୃସିଂହ ଚରଣ ଦଳାଇ, ଅଶୋକ ବଳ ଓ ମସାଜସେବୀ ଶରତ ଚନ୍ଦ୍ର ଦାଶ ପ୍ରମୁଖ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମ୍ବାଦିକ ସଂଗଠନ ଓ ଯୁବ ସମାଜସେବୀ ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ସର୍ବଦା ଏହି ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କ ଶରୀରର ଯôଡ଼ ନେଉଥିବା ଡାକ୍ତର ନିର୍ମଳେନ୍ଦୁ ପୃଷ୍ଟିଙ୍କୁ ସମ୍ମାନୀତ କରାଯାଇଥିଲା । ନୂତନଭାବେ ପାଣିକୋଇଲି କଲ୍ୟାଲ ମଣ୍ଡପ ନିକଟକୁ ସ୍ଥାନାନ୍ତର ହୋଇଥିବା ଏହି ଆଶ୍ରମକୁ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ଏକ ସ୍ଥାୟୀ ଗୃହ ବ୍ୟବସ୍ଥା ହୋଇପାରିଲେ ଏହି ପରିବାର ଆହୁରି ଆଗକୁ ବଢିବାରେ ସୁଯୋଗ ପାଇବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶେଷ ପରିଚୟ ପରିବାର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଅଂଚଳର ବଦାନ୍ୟ ବ୍ୟକ୍ତିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande