ସୁବର୍ଣ୍ଣପୁର, ୬ ସେପ୍ଟେମ୍ବର (ହି.ସ.)- ଅଦ୍ୟ ତା ୦୬.୦୯.୨୦୨୫ ରିଖ ପୂର୍ବାହ୍ନ ୮ଟା ୩୦ ସମୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା ସୁବର୍ଣ୍ଣପୁର ସ୍ଥିତ ସମ୍ମିଳନୀ କକ୍ଷରେ ପଞ୍ଚମ ବାର୍ଷିକ ନଶା ମୁକ୍ତି ଅଭିଯାନ - ୨୦୨୫ ପାଳନ ନିମନ୍ତେ ଜିଲ୍ଲାର ବିଭିନ୍ନ କଲେଜ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ (ଯୁକ୍ତ ଦୁଇ ଶ୍ରେଣୀ) କନିଷ୍ଠ ବର୍ଗ ଓ (ଯୁକ୍ତ ତିନି ଶ୍ରେଣୀ) ବରିଷ୍ଠ ବର୍ଗ ରେ ନିଶା ନିବାରଣ ପାଇଁ କିଶୋରବସ୍ଥା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ? ବିଷୟବସ୍ତୁ ଉପରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା, ନିଶା ମୁକ୍ତ ଭାରତ ଗଠନ ଅଭିଯାନରେ ଯୁବବର୍ଗର ଭୂମିକା ବିଷୟବସ୍ତୁ ଉପରେ ତର୍କ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଲୋଗାନ ଲିଖନ ପ୍ରତିଯୋଗିତା ଓ ସୁବର୍ଣ୍ଣପୁର ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରେ ରଙ୍ଗୋଳି ବା ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଶ୍ରୀ ଅର୍ଜୁନ ମାଝୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀମତି ଯଶ୍ୱସିନି ପୃଥାଲ, ଡେପୁଟି କଲେକ୍ଟର, ଶ୍ରୀ ବିଶିକେଶନ ପ୍ରଧାନ, ଡେପୁଟି କଲେକ୍ଟର, ଶ୍ରୀ ସତ୍ୟବ୍ରତ ସାହୁ, ସହକାରୀ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀମତି ଅନୁପମା ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସୁବର୍ଣ୍ଣପୁର, ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁବର୍ଣ୍ଣପୁର,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ। ଉପରୋକ୍ତ ପ୍ରତିଯୋଗିତା ଶେଷ ହେବା ପରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖା, ସୁବର୍ଣ୍ଣପୁର ସ୍ଥିତ ସମ୍ମିଳନୀ କକ୍ଷରେ ପଞ୍ଚମ ବାର୍ଷିକ ନଶା ମୁକ୍ତ ଭାରତ ଅଭିଯାନ - ୨୦୨୫ ସମ୍ବନ୍ଧୀୟ ସଭା ଏକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଅତିଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଶ୍ରୀମତି ଉଷାରାଣୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଓ ଶ୍ରୀ ଉମାଶଙ୍କର ନାଗ, ପ୍ରାଧ୍ୟାପକ ଜୀବ ବିଜ୍ଞାନ, ବିଭାଗ, ରାଜ କଲେଜ ସୋନପୁର, ଶ୍ରୀମତି ଇତିଶ୍ରୀ ଦାଶ, ପ୍ରଧ୍ୟାପିକା, ଓଡ଼ିଆ ବିଭାଗ, ରାଜ କଲେଜ ସୋନପୁର, ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ଵବିଦ୍ୟାଳୟର ଜୟନ୍ତୀ ଭଉଣୀ ସମ୍ମାନିତ ବକ୍ତା ଓ ଶ୍ରୀ ରାଜୀବ କୁମାର ନାଏକ ସାଧନ କର୍ମୀ ତଥା ସାମାଜିକ କର୍ମୀ, ସୋନପୁର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ନିଶାଗ୍ରସ୍ତ ହେବାର କାରଣ, ନିଶାର କୁପ୍ରଭାବ, ନିଶା ମୁକ୍ତି ଅଭିଯାନରେ ପରିବାର, ସମାଜ ଓ ଯୁବବର୍ଗଙ୍କ ଭୂମିକା, ଉପରେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ଏହି ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପିକା ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ପଞ୍ଚମ ବାର୍ଷିକ ନଶା ମୁକ୍ତ ଭାରତ ଅଭିଯାନ - ୨୦୦୫ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ଅନ୍ୟ ସମ୍ମାନିତ ଅତିଥି ଓ ବକ୍ତା ମାନଙ୍କ ଦ୍ଵାରା ସଭାରେ ପୁରସ୍କୃତ କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ ପୂର୍ବକ ସଭା ସମାପ୍ତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ