ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଗୁରୁ ଶିଷ୍ୟ ମଧୁର ସମ୍ପର୍କ ଓ ଗୁରୁ ପୂଜନ ପରମ୍ପରା ଭାରତୀୟ ସଂସ୍କୃତିର ମହତ୍ୱ ବହନ କରେ। ଜନନାୟକ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିନ କୁ ସାରା ଭାରତରେ ଗୁରୁ ଦିବସ ହିସାବରେ ପାଳନ କରିଥିବା ବେଳେ ଜନ ଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ତାଲିମ ଚାଲୁଥିବା କେନ୍ଦ୍ରରେ ଏହା ପାଳିତ ହୋଇ ଅଛି। ମହାନ ଦାର୍ଶନିକ , ରାଷ୍ଟ୍ରନୀତିଜ୍ଞ, ଲେଖକ ,ଛାତ୍ର ବତ୍ସଳ ଶିକ୍ଷକ ଓ ଭାରତର ଦିତୀୟ ରାଷ୍ଟ୍ରପତିଙ୍କୁ ସମ୍ମାନ ଓ ସ୍ମରଣ ପୂର୍ବକ ତାଙ୍କର ଜୀବନ ଦର୍ଶନ ସମ୍ବନ୍ଧରେ ନିମନ୍ତ୍ରିତ ମୂଖ୍୍ୟ ଅତିଥି ଅବସର ପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି , ପ୍ରୋଗ୍ରାମ ଅଫିସର ମିଲୁ କୁମାର ମହନ୍ତ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ କୋଡଗମ୍ଭରର , ଜାନୁଗଞ୍ଜ, ନରିପୁର ତାଲିମ କେନ୍ଦ୍ରରେ ଶତାଧିକ ତାଲିମାର୍ଥୀ ଆୟୋଜନ କରିଥିବାବେଳେ ତାଲିମ ଦାତ୍ରୀ ନନ୍ଦୀନୀ ମିଶ୍ର, ସରସ୍ୱତୀ ବାରିକ , ହୀରାମଣୀ ବେହେରା , ପୁଷ୍ପାରାଣୀ ନାୟକ ଏବଂ ରଶ୍ମୀରଞ୍ଜନ ସାହୁ , ବିଶ୍ୱନାଥ ବେହେରା ସଂଯୋଜନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ