ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- କମିସନରେଟ ପୋଲିସ ରାଜଧାନୀର ସମସ୍ତ ନାଗରିକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି
କମିସନରେଟ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି । ଆତ୍ମହୂତିକୁ
ରୋକିବା ପାଇଁ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମ କରାଯାଉଛି । ଛାତ୍ର ଛାତ୍ରୀଙ୍କ ପାଇଁ ଆଜି
ନିର୍ଦେଶାବଳି ଜାରି କରାଯାଉଛି । ସମସ୍ତ କଲେଜ, ବିଶ୍ଵବିଦ୍ୟାଳୟ ହଷ୍ଟେଲ ଏବଂ କ୍ୟାମ୍ପସରେ ଲଗାଯିବ । ରାଗିଂ କିମ୍ବା
କୌଣସି ଅସୁବିଧାରେ ସମ୍ମୁଖୀନ ହେଲେ ଆମକୁ ଜଣାଇ ପାରିବେ ବୋଲି ପୋଲିସ କମିଶନର ସୁରେଶ
ଦେବଦତ୍ତ ସିଂ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା