କ୍ଷିତିଜ୍ୟୋତିଃ ଆଶ୍ରମରେ ସାଧୁ ସମ୍ମିଳନୀ !
ଘଟଗାଁ, ୦୬ ସେପ୍ଟେମ୍ବର(ହି.ସ.) – ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ରୀୟ ଶାଖା ଆନୁକୂଲ୍ୟରେ ଠାକୁର କେଶବ ଚନ୍ଦ୍ରଙ୍କ ୭୧ତମ ଆବିର୍ଭାବ ମହୋତ୍ସବ ଅବସରରେ ଆୟୋଜିତ ସାପ୍ତାହିକ ଭାଗବତ ପରାୟଣ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଘଟଗାଁ ଗୁରୁଃସ୍ୱାମୀ ନଗର ସ୍ଥିତ ସମର
କ୍ଷିତିଜ୍ୟୋତିଃ ଆଶ୍ରମରେ ସାଧୁ ସମ୍ମିଳନୀ !


ଘଟଗାଁ, ୦୬ ସେପ୍ଟେମ୍ବର(ହି.ସ.) – ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ରୀୟ ଶାଖା ଆନୁକୂଲ୍ୟରେ ଠାକୁର କେଶବ ଚନ୍ଦ୍ରଙ୍କ ୭୧ତମ ଆବିର୍ଭାବ ମହୋତ୍ସବ ଅବସରରେ ଆୟୋଜିତ ସାପ୍ତାହିକ ଭାଗବତ ପରାୟଣ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଘଟଗାଁ ଗୁରୁଃସ୍ୱାମୀ ନଗର ସ୍ଥିତ ସମର୍ପଣ କ୍ଷେତ୍ରରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି!

ବାବାଜୀ ଚରମାନନ୍ଦ ଦାସ ପ୍ରତାପଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଉତରାଖଣ୍ଡର ବାବା ପଦ୍ମକୃଷ୍ଣ ଦାସ ସମ୍ମାନିତ ଅତିଥି ରୂପେ ତାଳଚେରର ବାବାଜୀ ମନ୍ମଥ ଦାସ, ଇନ୍ଦୁପୁରାରୁ ଦିବ୍ୟାନନ୍ଦ ମହାରାଜ, ବେଲବାହାଳିରୁ ଶତ୍ରୁଘ୍ନ ମହାରାଜ, ମଙ୍ଗଳପୁରରୁ ନିରାକାର ଦାସ ଓ ମୁଖ୍ୟ ବକ୍ତା ଭାବେ ଖଲଣାରୁ କୃଷ୍ଣ ଚନ୍ଦ୍ର ଦାସ ସମ୍ମାନିତ ବକ୍ତା ଭାବେ ବାତୋ ଶିଶୁ ଅନନ୍ତ ଆଶ୍ରମର ମନମୋହନ ଦାସ, ଖାଳିଆ ମେଣ୍ଟାରୁ ଉମାକାନ୍ତ ଦାସ, ଖଇଳରୁ ନବଘନ ମହାରାଜ ଏବଂ ଜଳସୁଆଁରୁ ଉଦ୍ଧବ ବାବା ଯୋଗ ଦେଇ ସନାତନ ମାନବ ଧର୍ମର ବିଶ୍ୱ ଭ୍ରାତୃତ୍ୱ ପ୍ରସଙ୍ଗରେ ଆଲୋଚନା କରିଥିଲେ ! ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ସାଧୁ ସନ୍ଥ ଯୋଗ ଦେଇଥିଲେ !

କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ରୀୟ ଶାଖାର ପରିଚାଳଳ ଅର୍ଜୁନ ଚରଣ ମହାନ୍ତ ଓ ନରେନ୍ଦ୍ର କୁମାର ସାହୁ ! କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବରୁଣ କୁମାର ବେହେରା, ତପନ ମହାନ୍ତ, ବିଷ୍ଣୁଦେବ ମହାନ୍ତ, ଶକୁନ୍ତଳା ମହାନ୍ତ, ସାବିତ୍ରୀ ବେହେରା, ଦିପ୍ତିମୟୀ ମହାନ୍ତ, ଟିଳୋତମା ମହାନ୍ତ, ଲମ୍ବୋଦର ବେହେରା ଏବଂ ସନ୍ଧ୍ୟାରାଣୀ ମହାନ୍ତ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande