କୋରେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ପ୍ରତାରିତ କରିଥିବା ପରିବାର କୁମ୍ଭୀର କାନ୍ଦଣା କାନ୍ଦୁଛି
କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ଆଜି ପାଣିକୋଇଲି ଠାରେ ଏନଏସି ଦାବିରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ କରାଯାଇଥିଲା । ବିଜେଡିର ଏହା ଏକ କୁମ୍ଭିର କାନ୍ଦଣା ଓ ପୁଣି ନିଜ ରାଜେନୈତିକ ଉଦ୍ଦ୍ୟେଶ ଚରିତାର୍ଥ କରିବାକୁ ବିଜେଡି ହୀନ ପ୍ରୟାସ କରୁଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଯେଉ
କୋରେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ପ୍ରତାରିତ କରିଥିବା ପରିବାର କୁମ୍ଭୀର କାନ୍ଦଣା କାନ୍ଦୁଛି


କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ଆଜି ପାଣିକୋଇଲି ଠାରେ ଏନଏସି ଦାବିରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ କରାଯାଇଥିଲା । ବିଜେଡିର ଏହା ଏକ କୁମ୍ଭିର କାନ୍ଦଣା ଓ ପୁଣି ନିଜ ରାଜେନୈତିକ ଉଦ୍ଦ୍ୟେଶ ଚରିତାର୍ଥ କରିବାକୁ ବିଜେଡି ହୀନ ପ୍ରୟାସ କରୁଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଯେଉଁ ପରିବାର କୋରେଇକୁ ଚକ୍ରାନ୍ତ କରି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଛି ସେମାନଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ କୋରେଇବାସୀ ଉଚିତ ଜବାବ ଦେଇଛନ୍ତି । ପାଣିକୋଇଲିରୁ ଜିଲ୍ଲା ସଦରମହକୁମା, ମେଡିକାଲ କଲେଜ, ଡିଆଇସି ଅଫିସ, ଡିଡିଏମ ଅଫିସ, ପରିବହନ କାର୍ଯ୍ୟାଳୟ ଆଦି ଛଡାଇନେଇଥିବା ପରିବାର ଆଜି ଏନଏସିପାଇଁ ରାଜନିତୀ କରୁଛି । ପୂର୍ବ ସରକାର ବିନା କାଗଜରେ କେବଳ ନିର୍ବାଚନୀ ଚାଲ ଖେଳିବାକୁ ପାଣିକୋଇଲିକୁ ଏନଏସି ଘୋଷଣା କରିଥିଲେ । ଯାହା ପାଣିକୋଇଊି ବାସୀଙ୍କୁ ପ୍ରତାରିତ କରାଯାଇଥିଲା । ପାଣିକୋଇଲି ଯଦି ଏନଏସି ପାଇଁ ଯୋଗ୍ୟ ବିବେଚିତ ହେବ ସରକାର ନିଶ୍ଚୟ ଏହାକୁ ଘୋଷଣା କରିବେ ତା ପୂର୍ବରୁ ଏଭଳି କୁମୀର କାନ୍ଦଣା କାନ୍ଦି କୋରେଇବାସୀଙ୍କୁ ଭ୍ରମିତ କରାଗଲେ ଏହାର ପ୍ରତିବାଦ ବିଜେପି ନିଶ୍ଚୟ କରିବ ବୋଲି ସମ୍ବାଦିକ ସମ୍ମିଳୀରେ ନେତାମାନେ ସୂଚନା ଦେଇଥିଲେ । ଖରସ୍ରୋତା ମଣ୍ଡଳ ସଭାପତି ଭାସ୍କର ଚନ୍ଦ୍ର ସାହୁ, ପୂର୍ବତନ ମଣ୍ଡଳ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ନିର୍ବାଚନ ସଂଚାଳକ ସେକ ଜହର ଅଲ୍ଲୀ, ପଥରପଦା ସଭାପତି ଅଜୟ କୁମାର ସାହୁ, ଗୋଳେଇପୁର ସଭାପତି କାର୍ତିକ ଚନ୍ଦ୍ର ସାହୁ ପ୍ରମୁଖ ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande