କୁଡୁମୀ ସେନା ପକ୍ଷରୁ କଳା ଦିବସ ପାଳିତ କୁଡୁମୀ ସମ୍ପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ପାଇଁ ଦାବି ବିଜେପି ସରକାର ବିରୁଦ୍ଧରେ ହଜାର ହଜାର କୁଡୁମୀଙ୍କ ବିକ୍ଷୋଭ ପ୍ରଦର୍ଶନ
ବାରିପଦା, ୦୬ ସେପ୍ଟେମ୍ବର(ହି.ସ.) – କୁଡୁମି ସମ୍ପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ଦାବି କରି କୁଡୁମୀ ସେନା ପକ୍ଷରୁ ଶନିବାର କଳା ଦିବସ ପାଳନ କରାଯାଇଛି। କୁଡୁମୀ ସେନାର ସଭାପତି ଜୟୀମୁନି ମହାନ୍ତ ନେତୃତ୍ୱରେ ହଜାର ହଜାର କୁଡୁମୀ ଲୋକେ ଏକତ୍ରିତ ହୋଇ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରି ବିକ୍
Kudumi sena strike


Kudumi sena strike


ବାରିପଦା, ୦୬ ସେପ୍ଟେମ୍ବର(ହି.ସ.) – କୁଡୁମି ସମ୍ପ୍ରଦାୟକୁ ପୁନଃ ଆଦିବାସୀ ମାନ୍ୟତା ଦାବି କରି କୁଡୁମୀ ସେନା ପକ୍ଷରୁ ଶନିବାର କଳା ଦିବସ ପାଳନ କରାଯାଇଛି। କୁଡୁମୀ ସେନାର ସଭାପତି ଜୟୀମୁନି ମହାନ୍ତ ନେତୃତ୍ୱରେ ହଜାର ହଜାର କୁଡୁମୀ ଲୋକେ ଏକତ୍ରିତ ହୋଇ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାରିପଦା ସ୍ଥିତ ମଧୁବନ ପଡ଼ିଆରୁ ବିରାଟ ଜନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ପୁନଃ ଆଦିବାସୀ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। କୁଡୁମି ସମ୍ପ୍ରଦାୟକୁ ୧୯୫୦ ସେପ୍େଟମ୍ବର ୬ ତାରିଖରେ ଆଦିବାସୀ ଜନଜାତି ତାଲିକାରୁ ବାଦ ଦିଆଯାଇଥିଲା। ଏଥିପରେ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ। ତେଣୁକରି ଆଜିର ଦିନକୁ କୁଡୁମି ସମ୍ପ୍ରଦାୟ ପକ୍ଷରୁ କଳା ଦିବସ ଭାବେ ପାଳିତ କରାଯାଇଥାଏ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଆଦିବାସୀ ମାନ୍ୟତା ପାଇଁ ଘୋଷଣା ପତ୍ରରେ ୧୬୯ଟି ଜନଜାତିର ନାମ ରହିଥିବା ବେଳେ କୁଡୁମି ସମ୍ପ୍ରଦାୟର ନାମ ନାହିଁ। ଯାହାକୁ ନେଇ କୁଡୁମି ସମ୍ପ୍ରଦାୟର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଆଦିବାସୀ ମାନ୍ୟତା ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବାରମ୍ବାର ଓ ଆନ୍ଦୋଳନ ଜାରି ଥିଲେ ସୁଦ୍ଧା ବର୍ତମାନ ସୁଦ୍ଧା ମାନ୍ୟତା ମିଳିଲା ନାହିଁ। ଦୀର୍ଘଦିନରୁ କୁଡୁମି ଜାତିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ତେଣୁକରି ବିକ୍ଷୋଭ ପ୍ରଦର୍ଶନ କରି ଆଦିବାସୀ ମାନ୍ୟତା ପାଇଁ ଦାବି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହଜାର ହଜାର ସଂଖ୍ୟାରେ କୁଡୁମୀ ସମ୍ପ୍ରଦାୟର ଲୋକେ ନିଜର ହକ ପାଇଁ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଦୀର୍ଘଦିନରୁ କୁଡୁମି ଜାତିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ସରକାରୀ ଅବହେଳା ପାଇଁ ସେମାନେ ଆଦିବାସି ମାନ୍ୟତା ପାଉନଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବା ନେଇ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କୁଡୁମୀ ସେନାର ପ୍ରମୁଖ କର୍ମକର୍ତାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande