କେନ୍ଦୁଝର, ୬ ସେପ୍ଟେମ୍ବର (ହି.ସ.)- ଆଜି ଓଡିଶା କୁଡ଼ମି ସେନାର ଶହ ଶହ କର୍ମୀ କେନ୍ଦୁଝର ସହରର କାଳୀ ପଡିଆ ଠାରୁ ଏକ ବିରାଟ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ କହିବା କଥା ହେଲା ୧୯୫୦ ମସିହା ସେପ୍ଟେମ୍ବର ୬ ପୂର୍ବରୁ କୁଡ଼ମି ମାନେ ଆଦିବାସୀ ଥିଲେ ଏଣୁ ପୁର୍ନବାର ଆଦିବାସୀ ମାନ୍ୟତା ପ୍ରଦାନ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବା କୁଡ଼ମି ନେତା ମିତ୍ରଭାନୁ ମହାନ୍ତ କହିଛନ୍ତି । ଓଡ଼ିଶା କୁଡ଼ମୀ ସେନା କେନ୍ଦୁଝର ଜିଲ୍ଲା ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ଅଭିଯୋଗ କରିଥିଲେ ଯେ, ବିନା ନୋଟିଫିକେସନରେ କୁଡ଼ମୀ ମାନଙ୍କୁ ଆଦିବାସୀ ମାନ୍ୟତାରୁ ବାଦ ଦିଆଯାଇଛି ସେହି ଦିନରୁ ଏହି ଆନ୍ଦୋଳନ ଚାଲି ଆସିଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପାରିକ ନୃତ୍ୟ ଓ ମାଦଳ ବଜାଇ ନାଚି ଗୀତ ମାଧ୍ୟମରେ ଏହି ଆନ୍ଦୋଳନ ଦୁଲୁକି ଥିଲା । ଶେଷରେ ଓଡ଼ିଶା କୁଡ଼ମୀ ସେନା ପକ୍ଷରୁ ସଂପ୍ରଦାୟ କୁ ପୁନର୍ବାର ଆଦିବାସୀ ବର୍ଗରେ ସାମିଲ, କୁଡୁମୀଙ୍କ ଅଧିକୃତ ଜମିକୁ ପଟ୍ଟା ପ୍ରଦାନ, କୁଡ଼ମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ୍, କୁଡୁମୀ ବିକାଶ ପରିଷଦ ଗଠନ ଆଦି ପାଞ୍ଚ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA