ମାଲକାନଗିରି, ୬ ସେପ୍ଟେମ୍ବର (ହି.ସ.)- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ କଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା ଏବଂ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଶିକ୍ଷକ ତରୁଣ କୁମାର ଦାଶଙ୍କୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ସାଂସଦ ବହୁତ ଆନନ୍ଦିତ ଅନୁଭବ କରିଛନ୍ତି। ଶିକ୍ଷା କ୍ଷେତ୍ରକୁ ସମୃଦ୍ଧ କରିବାରେ ଦୁହିଁଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ସାରା ଦେଶ ସମ୍ମାନ ଜଣାଉଛି। ଶିକ୍ଷକତା କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି। ଶିକ୍ଷାର ପ୍ରସାରରେ ଆପଣ ଦୁହିଁଙ୍କ ଆହୁରି ସଫଳତା କାମନା କରୁଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ