ବଲାଙ୍ଗିର, ୬ ସେପ୍ଟେମ୍ବର (ହି ସ) -ତା.୦୫-୦୯-୨୫ଓ ତା.୦୬-୦୯-୨୫ରିଖ ଦୁଇ ଦିନ ଧରି ସରସ୍ଵତୀ ଶିଶୁବାଟିକା କଦମ୍ ପଡା ଠାରେ ଅରୁଣ,ଉଦୟ ଓ ପ୍ରଭାତ ଶ୍ରେଣୀର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଡ. ସୁଶ୍ରୀ ଅର୍ଚ୍ଚନା ପାଢ଼ୀ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହିତ ଶିଶୁଙ୍କ ଯତ୍ନରେ ମା ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା ସମିତିର ସଭାପତି ଡ. ଭବାନୀ ଶଙ୍କର ପଟେଲ, ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା, ସଂପାଦକ ତରଣୀ ସେନ ପଟେଲ, ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଉକ୍ତ ଦିନ ୭୦ ଜଣ ଅଭିଭାବିକା କାର୍ଯ୍ୟକ୍ରମରେ ଯୋଗଦାନ କରି ଶିଶୁବାଟିକାର ୧୨ଟି ଶୈକ୍ଷିକ ବ୍ୟବସ୍ଥାର ପ୍ରତ୍ୟକ୍ଷ କାଳାଶଂରେ ଅଂଶଗ୍ରହଣ କରି ଅନୁଭବ ନେଇଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରିଶେଷରେ ସଂପାଦକ ଶ୍ରୀଯୁକ୍ତ ତରଣୀ ସେନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ତଥା କବୟିତ୍ରୀ ଶ୍ରୀମତୀ ରଶ୍ମି ପାତ୍ର ଓ କଣ୍ଠଶିଳ୍ପୀ ତଥା କବୟିତ୍ରୀ ଶ୍ରୀମତୀ ଚୁମକି ଦାଶ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ ବିକାଶରେ ମା ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା ସମିତିର ସଭାପତି ଡ଼.ଭବାନୀ ଶଙ୍କର ପଟେଲ, ସଂପାଦକ ଶ୍ରୀଯୁକ୍ତ ତରଣୀ ସେନ ପଟେଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ତରିଆ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସନାତନ ମିଶ୍ର,ଉପସ୍ଥିତ ଥିଲେ। ଶେଷରେ ସଂପାଦକ ଶ୍ରୀଯୁକ୍ତ ତରଣୀ ସେନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ବିତୀୟ ଦିନରେ ପ୍ରାୟ ୭୫ ଜଣ ମା ଉପସ୍ଥିତ ରହି ପ୍ରତ୍ୟକ୍ଷ କାଳାଶଂରେ ଅଂଶଗ୍ରହଣ କରିଥିଲେ। ମା ମାନଙ୍କର ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଥିଲା। ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ