ଜୟପୁର, 6 ସେପ୍ଟେମ୍ବର (ହି.ସ.)
କେବେ ସରିବ ନିଳକଣ୍ଠ ସାଗରର କାର୍ଯ୍ୟ। ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିବା ପାଇଁ ଆଜି ଠିକାଦାରଙ୍କୁ ତାଗିଦ କରିଛନ୍ତି। ଆଜି ରୋଗୀ କଲ୍ୟାଣ ସମିତି ବୈଠକ ପରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନୀଳକଣ୍ଠ ସାଗର ବୁଲି ଦେଖିଥିଲେ। ଏନବିସିସିର କାର୍ଯ୍ୟକର୍ତ୍ତା ମାନଙ୍କୁ ଡକାଇ ଚାରିକଡରେ ଗଛ ଲଗାଇବାସହ ସମସ୍ତ କାର୍ଯ୍ୟକୁ ଆସନ୍ତା ଡିସେମ୍ବର ସୁଦ୍ଧା ସମାପ୍ତ କରିବାକୁ କହିଥିଲେ। ନୀଳକଣ୍ଠ ସାଗର, ସମୁଦାୟ ୨୨ ଏକର ସାଗରର ପୁନଃଉଦ୍ଧାର ନିମନ୍ତେ ହୋଇଥିଲା ବ୍ୟବସ୍ଥା। ୧୬ ଏକରରୁ ପଙ୍କ ଉଦ୍ଧାର, ପ୍ରାକୃତିକ ଜଳଶ୍ରୋତ ଓ ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ୯କୋଟି ୮ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଠିକା ସ˚ସ୍ଥା ଏନବିସିସି ଗତ ୨୦୨୨ ସେପ୍ଟେମ୍ବର ମାସରେ ଜୟପୁର ପୌର ପାଳିକା ସହ ଚୁକ୍ତି ସାକ୍ଷର କରିଥିଲା। ଚୁକ୍ତି ପତ୍ରରେ ଦେଢ ବର୍ଷ ଭିତରେ କାର୍ଯ୍ୟ ସମାପ୍ତ କରିବା ପାଇଁ ଲିଖିତ ଭାବେ ଚୁକ୍ତି କରାଯାଇଥିଲା କିନ୍ତୁ ଚୁକ୍ତି କରିବାର ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ସୁଦ୍ଧା କାମ ସରିବାର ନା ନେଉନାହିଁ। ଆବାହମାନ କାଳରୁ ଜୟପୁର ସହରର ନିତ୍ୟ ବ୍ୟବହାର୍ଯ୍ୟ ନିମନ୍ତେ ଜଳର ଚାହିଦା ଏବ˚ ଭୂତଳ ଜଳସ୍ତର ସଠିକ ରଖି ଆସୁଥିବା ବହୁ ଚର୍ଚ୍ଚିତ ଜଗନ୍ନାଥ ସାଗର ଏବ˚ ନୀଳକଣ୍ଠ ସାଗର ବର୍ତ୍ତମାନ ଧରାଶାୟୀ ହୋଇଛି। ଏହି ପରିଦର୍ଶନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡୀ,ଏନବିସିସି କର୍ମକର୍ତ୍ତାଙ୍କ ସମେତ ପୌରକର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି