ପଞ୍ଚାନନ ମନ୍ଦିର ପୂଜକଙ୍କ ବିୟୋଗ
ଜୟପୁର, 6 ସେପ୍ଟେମ୍ବର (ହି.ସ.)ଜୟପୁର ରାଜୁସାହି ସ୍ଥିତ ପଞ୍ଚାନନ ମନ୍ଦିରର ପୂଜକ ହରିଦାସ ତ୍ରିପାଠୀଙ୍କ ଆଜି ପରଲୋକ ହୋଇଯାଇଛି। ସ୍ବର୍ଗତ ତ୍ରିପାଠୀ ଦୀର୍ଘଦିନ ହେଲା କର୍କଟ ରୋଗରେ ପିଡିତ ଥିବା ବେଳେ ଆଜି ସକାଳ ସାଢେ ୫ଟା ବେଳେ ସେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତ୍ୟୁର ଖବର ପ୍ରଚାର ହେବା ପରେ
ପଞ୍ଚାନନ ମନ୍ଦିର ପୂଜକଙ୍କ ବିୟୋଗ


ଜୟପୁର, 6 ସେପ୍ଟେମ୍ବର (ହି.ସ.)ଜୟପୁର ରାଜୁସାହି ସ୍ଥିତ ପଞ୍ଚାନନ ମନ୍ଦିରର ପୂଜକ ହରିଦାସ ତ୍ରିପାଠୀଙ୍କ ଆଜି ପରଲୋକ ହୋଇଯାଇଛି। ସ୍ବର୍ଗତ ତ୍ରିପାଠୀ ଦୀର୍ଘଦିନ ହେଲା କର୍କଟ ରୋଗରେ ପିଡିତ ଥିବା ବେଳେ ଆଜି ସକାଳ ସାଢେ ୫ଟା ବେଳେ ସେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ମୃତ୍ୟୁର ଖବର ପ୍ରଚାର ହେବା ପରେ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ମାନେ ଗଭୀର ଶୋକ କରିବା ସହ ଆମର ଆତ୍ମା ର ସଦଗତି କାମନା କରିଥିଲେ। ପ୍ରଥମେ ସେ ସୁଆର ଭାବେ ପଞ୍ଚାନନ ମନ୍ଦିରରେ କାର୍ଯ୍ୟରତ ଥିବା ବେଳେ ବର୍ତ୍ତମାନ ସେ ପୂଜକ ଭାବେ ଭଗବାନଙ୍କ ସେବା କରି ଆସୁଥିଲେ। ସେ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande