କୋରାଇ, ୦୬ ସେପ୍ଟେମ୍ବର(ହି.ସ.) – ୨୦୨୪ ମସିହାରେ ପୂର୍ବ ସରକାର ପାଣିକୋଇଲି ଏନ୍ଏସି(ବିଜ୍ଞାପିତ ଅଂଚଳ ପରିଷଦ) କରିବା ପାଇଁ ଘୋଷଣା କରିଥିଲା। ବଦଳିଗଲା ସରକାର ବଦଳିଗଲା ନିଷ୍ପତି। ରାଜ୍ୟ ସରକାର ନୁଆ ଏନଏସି ଘୋଷଣାରୁ ପାଣିକୋଇଲି ବାଦ୍ପଡିଲା। ଯାହାକୁ ନେଇ ପାଣିକୋଇଲି ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଆଜି ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେଡି କର୍ମୀ ପ୍ରତିବାଦ ଜଣାଇବା ସହ ଏନ୍ଏସି ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଏନ୍ଏସି ପାଇଁ ପାଣିକୋଇଲି ସମସ୍ତ ଯୋଗତ୍ୟା ହାସଲ କରିଥିଲେବି ସରକାର ପାଣିକୋଇଲିବାସୀଙ୍କୁ ପ୍ରତାରଣା କରିଛନ୍ତି। ଏହାର ପ୍ରତିବାଦରେ ଆଜି ଏକ ବିଶାଳ ଶୋଭାଯାତ୍ରା ପାଣିକୋଇଲି ଦୁର୍ଗା ମାର୍କେଟରୁ ଆସି ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରତିବାଦ ସଭା କରାଯାଇଥିଲା । ବିଜୟ ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଯୁବନେତା ପ୍ରତାପ ମହାନ୍ତି, ବରିଷ୍ଠ ନେତା ଅଦୈତ ଚରଣ ଦାଶ, ଡାକ୍ତର ସୁରେଶ ପଣ୍ଡା, ପଥରପଦା ସଭାପତି ସନ୍ତୋଷ କୁମାର ବେହେରା, ପଥରପଦା ସରପଂଚ ମଧୁସ୍ମିତା ବାରିକ, ଜିଲ୍ଲା ମହିଳା ବିଜୁ ଜନତା ଦଳ ସମ୍ପାଦିକା ଲୀଳାବତୀ ସ୍ୱାଇଁ, ପାଣିକୋଇଲି ସମିତିସଭ୍ୟା ସୁଜତା ଘଡେଇ, ଦୀପକ ରାୟ, ପ୍ରମୁଖ ଏହାର ପ୍ରତିବାଦ ମତବ୍ୟକ୍ତ କରିଥିଲେ। ବରିଷ୍ଠ ସାମ୍ବାଦିକ ସୁବାସ ଧଳ ଯୋଗଦେଇ ଏହି ଆନ୍ଦୋଳନକୁ ଏକ ନିର୍ଦ୍ଦିଷ୍ଟ ଦଳ ଭିତିରେ ସୀମିତ ନରଖି ସର୍ବଦଳୀୟ କରାଯାଇ ସମସ୍ତ ବୁଦ୍ଧିଜୀବୀ, ସଚେତନ ନାଗରିକ, ସମାଜୀକ କର୍ମୀ, ସମାଜସେବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବରିଷ୍ଠ ନାଗରିକମାନଙ୍କୁ ସାମିଲ କରିବାକୁ ଦାବି କରିଥିଲେ। ଦାମୋଦର ସାହୁ,ସତିସ ଧଳ, ପ୍ରକାଶ ମଲ୍ଲିକ, କାର୍ତିକ ମଲ୍ଲିକ,ଗୋଳେଇପୁର ସଭାପତି ମିର୍ଜ୍ଜା ହବିବୁଲ୍ଲା ବେଗ, ସ୍ୱପ୍ନାନନ୍ଦ ଦାସ, ବିଜନ ଧଳ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ତିନୋଟି ପଂଚାୟତରୁ ମହିଳା ଓ ପୁରଷ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ସୁଧାଂଶୁ ଶେଖର ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି