ପତିତପାବନ ଏକାଡେମୀର ଖେଳ ଶିକ୍ଷୟିତ୍ରୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ବଲାଙ୍ଗିର, ୬ ସେପ୍ଟେମ୍ବର (ହି.ସ.)- ଗତକାଲି ରାଜ୍ୟସ୍ତରୀୟ ଗୁରୁ ଦିବସ ପାଳନ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ଭୁବନେଶ୍ବର ଲୋକ ସେବା ଭବନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷା
ପତିତପାବନ ଏକାଡେମୀର ଖେଳ ଶିକ୍ଷୟିତ୍ରୀ ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ପତିତପାବନ ଏକାଡେମୀର ଖେଳ ଶିକ୍ଷୟିତ୍ରୀ ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ବଲାଙ୍ଗିର, ୬ ସେପ୍ଟେମ୍ବର (ହି.ସ.)- ଗତକାଲି ରାଜ୍ୟସ୍ତରୀୟ ଗୁରୁ ଦିବସ ପାଳନ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ଭୁବନେଶ୍ବର ଲୋକ ସେବା ଭବନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାର କୃତୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି l ଏହି କ୍ରମରେ ବଲାଙ୍ଗୀର ପତିତପାବନ ଏକାଡେମୀର ଖେଳ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ସସ୍ମିତାରାଣୀ ମିଶ୍ରଙ୍କୁ ଖେଳକୁଦ ଆୟୋଜନ ଓ ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳ ଶିକ୍ଷୟିତ୍ରୀ ଭାବରେ ପୁରସ୍କୃତ କରାଯାଇଛି l ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରେଣ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ଫଳକ ଓ ଉପଢୌକନ ପ୍ରଦାନ କରିଛନ୍ତି l ଶିକ୍ଷୟିତ୍ରୀ ଶ୍ରୀମତୀ ଏହି ପୁରସ୍କାର ଗ୍ରହଣ କରି ବଲାଙ୍ଗୀରରେ ପହଂଚିବା ପରେ ଆଜି ପତିତପାବନ ଏକାଡେମୀ ସ୍କୁଲ ପରିସର ରେ ତାଙ୍କୁ ସ୍କୁଲ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା l ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଂଶୁପା ଭୋଇ ଙ୍କ ସମେତ ଶିକ୍ଷୟିତ୍ରୀ କେତକୀ ଭୋଇ, ସତ୍ୟଜିତ ବୁଡେକ ଓ ଖୁସବୁ ବେଗମ୍ ପ୍ରମୁଖ ରାଜ୍ଯ ପୁରସ୍କାରପ୍ରାପ୍ତ ଖେଳ ଶିକ୍ଷୟିତ୍ରୀ ସସ୍ମିତାରାଣୀ ମିଶ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l ସୂଚନାଯୋଗ୍ୟ ଯେ ସସ୍ମିତା ମିଶ୍ରଙ୍କ ପ୍ରଶିକ୍ଷଣରେ ସ୍କୁଲର ଛାତ୍ର ମାନେ ବ୍ଯାଡମିନ୍ଟନ, ସନ୍ତରଣ ଓ ଅନ୍ୟାନ୍ୟ ଖେଳକୁଦରେ ରାଜ୍ୟସ୍ତରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିସାରିଛନ୍ତି

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande