ଭୁବନେଶ୍ୱର, ୬ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ରେ ସର୍ବାଧିକ ୮୯.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ୮୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୭୫.୦ ମି.ମି., କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୬୨.୦ ମି.ମି., କୋରାପୁଟ ଜିଲ୍ଲାର ନନ୍ଦପୁରରେ ୬୧.୦ ମି.ମି., କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୫୯.୦ ମି.ମି., ନୂଆପଡ଼ା ଜିଲ୍ଲାର ନୂଆପଡ଼ାରେ ୫୮.୮ ମି.ମି., କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୫୪.୦ ମି.ମି., କେନ୍ଦୁଝର ଜିଲ୍ଲାର ବାଂଶପାଳରେ ୪୯.୩ ମି.ମି., କଟକ ଜିଲ୍ଲାର କଟକରେ ୪୯.୨ ମି.ମି., ବଲାଙ୍ଗିର ଜିଲ୍ଲାର ଅଗଲପୁରରେ ୪୯.୦ ମି.ମି., ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ୪୮.୨ ମି.ମି. ଏବଂ ବଲାଙ୍ଗିର ଜିଲ୍ଲାର ସାଲେଭଟାରେ ୪୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ