ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଶିକ୍ଷକ ମାନେ ହେଉଛନ୍ତି ସୁସ୍ଥ ସମାଜର ନିର୍ମାଣକାରୀ, ଉତମ ଛାତ୍ରଛାତ୍ରୀ ଗଢି ତୋଳିବାରେ ଶିକ୍ଷକ ମାନଙ୍କର ଭୂମିକା ଅତୁଳନୀୟ । ତେଣୁ ପ୍ରତ୍ୟେକ ସଫଳ ମଣିଷ ହେବା ପାଇଁ ଜଣେ ଗୁରୁ ର ଆଶୀର୍ବାଦ ନିହାତି ଆବଶ୍ୟକ । ଆଧୁନିକ ଯୁଗରେ ମଣିଷ ଯେତେ ବିକାଶ କଲେ ମଧ୍ୟ ଗୁରୁର ସ୍ଥାନ କେହି ନେଇ ପାରିବେ ନାହିଁ ବୋଲି ଗତକାଲି ଶୁକ୍ରବାର ପବିତ୍ର ଗୁରୁଦିବସ ଅବସରରେ ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ଓ ସ୍ୱରାଜବାର୍ତା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥି ମାନେ ମତ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗତକାଲି ଶୁକ୍ରବାର ସନ୍ଧ୍ୟା ୭ଘଟିକା ସମୟରେ ଗୁରୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି, ବିଶିଷ୍ଟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ, ମୁଖ୍ୟବକ୍ତା ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ବକ୍ତା ଭାବେ ବ୍ଲକ ଶିକ୍ଷକ୍ଷଧିକାରୀ ଚକ୍ରଧର ମଲ୍ଲିକ, ଇଂ ଅଭୟ ସୁତାର, ଅଧ୍ୟକ୍ଷ ନିହାର ରଞ୍ଜନ କର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂଗଠନ ର ଉପସଭାପତି ମନୋରମା ରାୟ ମଂଚ ଆମନ୍ତ୍ରଣ, ଉପଦେଷ୍ଟା ଜାନକୀ ପାଢ଼ୀ ଅତିଥି ପରିଚୟ ପ୍ରଦାନ, ସଭାନେତ୍ରୀ କଳ୍ପନା ଜେନା ପ୍ରାରମ୍ବିକ ସୂଚନା, ସମ୍ପାଦିକା ଅଞ୍ଜନା ମିଶ୍ର ସମ୍ପାଦକୀୟ ବିବରଣୀ, ସହ ସମ୍ପାଦିକା ଗାୟତ୍ରୀ ସେଠି, ଆବାହକ ରେଣୁବାଳା ଖିଲାର, ସଦସ୍ୟା ରିତାଞ୍ଜଳୀ ମହାରଣା, ରେଣୁକା ନାୟକ, ସଦସ୍ୟ କୃଷ୍ଣଚନ୍ଦ୍ର ବେହେରା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ସାଂସ୍କୃତିକ ସମ୍ପାଦକ ରିଚିସ୍ମିତା ମହାନ୍ତିଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଣ୍ଠଶିଳ୍ପୀ କୁମାର ଗୌତମ ଗୁରୁ ବନ୍ଦନା ଗାନ କରିଥିଲେ ଓ ଉପଦେଷ୍ଟା ଦୀପ୍ତି ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି ଅବସରରେ ୩୭ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଉପଦେଷ୍ଟା ଦୀପାଳି ମିଶ୍ର, ଆବାହକ ରେଣୁବାଳା ଖିଲାର, ଉପସଭାପତି ଚଇତାଳି ଖିଲାର, ଆଇନଜୀବି ଅଞ୍ଜୁବାଳା ରାଉତ, ଚିତ୍ରଶିଳ୍ପୀ ପ୍ରଭାତ ଜେନା,ସାମାଜିକ କର୍ମୀ କୃଷ୍ଣ ଚନ୍ଦ୍ର ବେହେରା, ଟୁଲୁ ରାୟ ପ୍ରମୁଖ ଉତ୍ସବ କୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ