କେନ୍ଦୁଝର, ୬ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ଜେଇରୋଡ, କେନ୍ଦୁଝରଗଡ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ପ୍ରାଦେଶିକ ଗଣିତ ମେଳା ୨୦୨୫ ଉଦ୍ଘାଟିତ ହୋଇଯାଇଛି । ଉତ୍ତର ସଂଭାଗ ସଂପାଦକ ଗଙ୍ଗାଧର କରଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଧରଣୀଧର ସ୍ଵୟଂଶାସିତ ବିଶ୍ଵ ବିଦ୍ୟାଳୟର କୂଳସଚିତ ସୁଶ୍ରୀ ପ୍ରତିଭା ପୃଷ୍ଟି ଯୋଗଦେଇ ଶିଶୁଙ୍କୁ ଭବିଷ୍ୟତରେ ଜଣେ ଜଣେ ଗଣିତଜ୍ଞ ହେବା ସହିତ ଦେଶର ନାମ ରଖିବାକୁ ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗଦେଇ ଗୁରୁଦିବସରେ ଗୁରୁଶିଷ୍ୟ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ସଂପାଦକ ସରୋଜ କୁମାର ହାତୀ ଯୋଗ ଦେଇ ଗଣିତ ପ୍ରତି ଭାରତର ଅତୁଳନୀୟ ଅବଦାନ ରହିଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସଂଭଗ ସଂଯୋଜକ କ୍ଷେତ୍ରମୋହନ ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାନ୍ତ ଗଣିତ ସଂଯୋଜକ ବିରଞ୍ଚି ନାରାୟଣ ମହାପାତ୍ର ଗଣିତ ମେଳାର ଉଦ୍ଦେଶ୍ୟ କଥନ ରଖିଥିଲେ ।
ବିଦ୍ୟାଳୟର ଉପସଭାପତି ପ୍ରିୟବ୍ରତ ସାମଲ, ସଂପାଦକ ସୁଧାଂଶୁ ଶେଖର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ, ପୂର୍ଣକାଳିନ ସଂଜୟ ମିଶ୍ର, ରୁଦ୍ରନାରାୟଣ ବେହେରା, ଜ୍ଞାନରଂଜନ ପାଢି, ହରିଶ୍ଚନ୍ଦ୍ର ପଣ୍ଡା, ଇମ୍ବୋଦର ମହାନ୍ତ, ପ୍ରଦୀପ କୁମାର ସାହୁ, ଅଖିଳ ଭାରତୀୟ ବୌଦିକ ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ ମେଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କୃତି ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ମେଳାରେ ଗଣିତ ପ୍ରକଳ୍ପ, ପତ୍ରବାଚନ, ପ୍ରଶ୍ନମଞ୍ଚ, ପ୍ରୟୋଗ, ଆଚାର୍ଯ୍ୟ ପତ୍ରବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA