କନ୍ଧମାଳ, ୬ ସେପ୍ଟେମ୍ବର (ହି.ସ.)-
ଫୁଲବାଣୀରେ ବ୍ଲକ ସ୍ତରୀୟ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମ୍ବର୍ଦ୍ଧନା ସମାରୋହ, ଫୁଲବାଣୀ ଗାନ୍ଧୀସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫୁଲବଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ, ମନୁଷ୍ୟ ତିଆରି କାରଖାନାର ଜଣେ ଜଣେ ନିଖୁଣ କାରିଗର ଭାବରେ କାର୍ଯ୍ୟ କରି ସମାଜରେ ସୁନ୍ଦର ନୂତନ ପିଢି ତିଆରି କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ଵର କହଁର, ସମ୍ମାନୀତ ସିମାଦ୍ରି କହଁର ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ବିଦେଶୀ କୁମାର ନାୟକ, ଜୋନାଲ ସମ୍ପାଦକ ସନ୍ତୋଷ କୁମାର ଦିଗାଲ, ରାଜ୍ଯ ଶିିକ୍ଷକ ସଂଘର ଜିଲ୍ଲା ସଭାପତି, ଦିନେଶ କୁମାର ବେହେରା, ଫୁଲବାଣୀ ବ୍ଲକ, ସଭାପତି ସରୋଜ କୁମାର ସେଠୀ, ଫୁଲବାଣୀ ବ୍ଲକ ସଭାପତି ତଥା ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଏନପିଏସ ସଂଘ କୁବେର ମହାନ୍ତି, ଲଲାଟେନ୍ଦୁ ନାୟକ, ସଙ୍ଗଠନ ସମ୍ପାଦକ, କଳ୍ପନା କୁମାରୀ ମହାନ୍ତି, ପ୍ରଦୀପ କୁମାର ମହାନ୍ତି ରବୀନ୍ଦ୍ର କୁମାର ଦିଗାଲ - କୋଷାଧ୍ୟକ୍ଷ ମହେଶ୍ବର ହାଲି, ଅନଙ୍ଗ କୁମାର ଦେହୁରୀ, ସମ୍ପାଦକ ବିରାଜିନୀ ମହାପାତ୍ର ନିବେଦିତା ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ନେତୃତ୍ୱ ଓ ସହଯୋଗରେ ସମ୍ପାଦିତ । ଏହି ଅବସରରେ ସମୁଦାୟ ୪୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ