ମାଲକାନଗିରି, ୬ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଏଭଳି ଏକ ଘଟଣା ଘଟିଛି ଏମ୍ ଭି ୯ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ସାମନ୍ତରା, କଥାବାର୍ତ୍ତାରେ ତାଙ୍କ ଭିତର ଚରିତ୍ର ଆଦୌ ଜାଣି ହେବନାହିଁ । ପ୍ରାପ୍ତ ବୟସ ହୋଇଥିଲେମଧ୍ଯ ପିଲାଙ୍କ ସହ ଅଶ୍ଳୀଳ ବ୍ୟବହାରରେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ମଙ୍ଗଳ କମିଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି!
ନିଜର ୨ଟି ମୋବାଇଲ୍ ନେଇ ଓଟିପି ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଅର୍ଥ, ବିଦ୍ୟାଳ ୟ ଅର୍ଥ, ପିଲାଙ୍କ ଟାଇପେଣ୍ଡ୍ ଇତ୍ୟାଦି ଉଠାଇ ଅନେକ ଥର ଆତ୍ମ ସାତ କରିସାରିଛନ୍ତି । ୧୨ ଥର ଦରମା ବନ୍ଦ ଓ ୪ ଥର ଚାକିରିରୁ ନିଲମ୍ବନ ପରେ ବି ନିଜ କୁସ୍ଥିତ କାର୍ଯ୍ୟରୁ ଆଦୌ ବି ଚ୍ୟୁ ତ ହୋଇନାହାନ୍ତି ସେ । ସମସ୍ତ ଅଧିକାରୀ ଏ ବିଷୟରେ ସମ୍ପୁର୍ଣ୍ଣ ଅବଗତ ଥିଲେ ମଧ୍ୟ କେହି କାହାକୁ କିଛି କହିବାକୁ ନାରାଜ୍ ।ଗତକାଲି ଥିଲା ଗୁରୁଦିବସ, ଅଧିକାରୀଙ୍କ ବି ଦ୍ୟାଳ ୟ ଗସ୍ତ କୁ ଦେଖ୍ ଗ୍ରାମବାସୀ ବିଦ୍ୟାଳୟକୁ ଆସି ଅଧିକାରୀଙ୍କୁ ଘେରାଉ କରିଥିଲେ ଓ ୧୫ ଦିନ ହେବ ତାଙ୍କ ଆବେଦନର କେଉଁକାରଣରୁ କୌଣସି ପଦକ୍ଷେପ ନିଆଯାଇନାହିଁ ପଚାରିଥିଲେ ।
ଏବିଇଓ ଅଶ୍ୱିନି ମାଝି କେବଳ ତଦନ୍ତ ଚାଲିଛି ଓ ଯାହାବି କିଛି ଜଣାପଡିବ ଆମେ ଉପରି ସ୍ଥ ଅଧିକାରୀଙ୍କୁ ଜଣାଇଦେବୁ ବୋଲି କହିଥିଲେ । ଗତ କିଛିଦିନ ତଳେ ଇନ୍ଦ୍ରଜିତ୍ ସରଦାରଙ୍କ ପୁଅ ପିଜୁସ୍ ସରଦାର ଯେକି ସପ୍ତମ ଶ୍ରେଣୀର ଛାତ୍ର ଅଟେ, ପ୍ରଧାନ ଶିକ୍ଷକ ତାର ଅଣ୍ଡ କୋଷଟିକୁ ଏତେ ଜୋରରେ ଦବାଇଦେଲେ ଯେ ପିଲାଟି ର ଅଣ୍ଡକୋଷ ବଥାଯୋଗୁଁ ଜ୍ଵର ହୋଇଯାଇଛି। ଜ୍ଵରରେ ପୀଡିତ ଥିଲେ ମଧ୍ୟ ଲୋକଲଜ୍ଜା ଯୋଗୁଁ ଗ୍ରାମରେ ଚିକିତ୍ସା ହେଉଛି କିନ୍ତୁ ସରକାରୀ ଡାକ୍ତରଖାନାକୁ ଯାଉନାହିଁ ।ଏହି ବିଷୟରେ ଶିଶୁ ସୁରକ୍ଷାହେଲ୍ପ ଲାଇନ ୧୦୯୮ରେ
ଯୋଗାଯୋଗ କରାଯାଇଥିଲେମଧ୍ୟ ପଦକ୍ଷେପ କୌଣସି ନିଆଯାଇନଥିବା
ପଲ୍ଲି ମଙ୍ଗଳ କମିଟି ଉପସଭାପତି କହିଛନ୍ତି ।
ପଚାରିବାରୁ ଜାଣିବାକୁ ପାଇଲୁ ଏହି କି ପ୍ରଧାନ ଶିକ୍ଷକ ଶ୍ରୀ ସାମନ୍ତରାୟ ବିଦ୍ୟାଳୟରେ ଯଦି ପୁଅପିଲା କିଛି ଭୁଲ୍ କଲେ ତାକୁ ଝିଅଙ୍କ ମେଳରେ ଓ ଝିଅ ପିଲା କିଛି ଭୁଲ୍ କଲେ ସେମାନଙ୍କୁ ପୁଅ ପିଲାଙ୍କ ମେଳରେ ସାର ଦିନ ବସି ରହିବାକୁ ବାଧ୍ଯ କରିଥାନ୍ତି । ଯଦି କେ ହି କୌଣସି ଅଭି ଯୋଗ ଅଭି ଭାବକଙ୍କୁ କହେ ତେବେ ପିଲାଙ୍କୁ ଟିସି ରେ ନାଲି ସାହିରେ ଏପରି ଲେଖୁଦେବି ଯେ ତୁମେ ଜିଲ୍ଲାରେ ଅନ୍ୟ କୌଣସି ଠାରେ ଆଉ ପାଠ ପଢିବାର ସୁଯୋଗ ପାଇପାରିବ ନାହିଁ । ପ୍ରଧାନ ଶିକ୍ଷକ ଏବିଷୟରେ ପଚାରିବାରୁ ବିଦ୍ୟାଳୟ ଛାଡି ବାହାରକୁ ଚାଲିଯାଇଥିଲେ । ଏହି ବିଷୟରେ ଜିଲ୍ଲାଶିକ୍ଷା ଅଧୂକାରୀଙ୍କ ସହ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇପାରିନାହିଁ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ