କେନ୍ଦ୍ରାପଡ଼ା, ୦୬ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ୟୁପି ସ୍କୁଲରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପ୍ରାକ୍ତନ ରାଜ୍ୟ ସଭାପତି ବିରେନ୍ଦ୍ର କୁମାର ପଣ୍ଡାଙ୍କର ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନେତା ଅବନୀ କୁମାର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଭ୍ରମର ରାଉତ, ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ରାଜ୍ୟ ସଂଘର ଉପ ସଭାପତି ଧନେଶ୍ୱର ପାତ୍ର, ଜିଲ୍ଲା ସଂଘ ସଂପାଦକ ଅଶୋକ କୁମାର ସାହୁ, ବ୍ଲକ ସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ, ଶିକ୍ଷକ ନେତା ସେକ ମନସୁର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଆଦର୍ଶମୟ ଜୀବନ, ତ୍ୟାଗ ସଂପର୍କରେ ଆଲୋକପାତ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି