ବାଗ୍‌ଦେବୀ ଭାମ୍ୟମାଣ ପାଠାଗାରର ୪୦ତମ କର୍ମଶାଳା
ଧର୍ମଶାଳା, ୬ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଶନିବାର ଦିନ ଦାଗ୍‌ଦେବୀ ଭାମ୍ୟମାଣ ପାଠାଗାରର ୪୦ତମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ସରୋଜିନୀ ବେହେରାଙ୍କ ସଭାପତିତ୍ୱରେ ଏହି କର୍ମ
ବାଗ୍‌ଦେବୀ ଭାମ୍ୟମାଣ ପାଠାଗାରର ୪୦ତମ କର୍ମଶାଳା


ଧର୍ମଶାଳା, ୬ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଶନିବାର ଦିନ ଦାଗ୍‌ଦେବୀ ଭାମ୍ୟମାଣ ପାଠାଗାରର ୪୦ତମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ସରୋଜିନୀ ବେହେରାଙ୍କ ସଭାପତିତ୍ୱରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପାଠାଗାରାର ପ୍ରତିଷ୍ଠାତା ତଥା ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ମନ ପସନ୍ଦର ପୁସ୍ତକ ଓ ପତ୍ରିକା ପଠନ କରିବା ସହିତ ନିଜର ଅନୁଭୂତି ବଖାଣି ଥିଲେ । କୃତି ବିଦ୍ୟାର୍ଥୀମାନଙ୍କୁ ପାଠାଗାର ପକ୍ଷରୁ ମାନପତ୍ର ଓ ପୁସ୍ତକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande