ରଥଯାତ୍ରାରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଆଡପ ଦର୍ଶନ ପାଇଁ ସ୍ବେଛାସେବୀ ସମ୍ମାନିତ
ପୁରୀ, ୬ ସେପ୍ଟେମ୍ବର (ହି.ସ.)- ପବିତ୍ର ଗୁଣ୍ଡିଚାଯାତ୍ରା ଠାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ଦଶ ଦିନ ଧରି ଆଡପମଣ୍ଡପରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କୁ ସୁଖଦ ଦର୍ଶନ କରେଇବାରେ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦି ବେଲ ଏହି କାର୍ଯ୍ୟ
ରଥଯାତ୍ରାରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଆଡପ ଦର୍ଶନ ପାଇଁ ସ୍ବେଛାସେବୀ ସମ୍ମାନିତ


ପୁରୀ, ୬ ସେପ୍ଟେମ୍ବର (ହି.ସ.)- ପବିତ୍ର ଗୁଣ୍ଡିଚାଯାତ୍ରା ଠାରୁ ବାହୁଡାଯାତ୍ରା ପର୍ଯ୍ୟନ୍ତ ଦଶ ଦିନ ଧରି ଆଡପମଣ୍ଡପରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କୁ ସୁଖଦ ଦର୍ଶନ କରେଇବାରେ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ଅଗ୍ରଣୀ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦି ବେଲ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳିତ କରିଥିଲେ । ଶନିବାର ଦିନ ପ୍ରାକୃତିକ ପରିବେଶ ଓ ଜଙ୍ଗଲ ମଧ୍ୟରେ ଥିବା ପ୍ରତିଷ୍ଠିତ ନାରାୟଣୀ ଠାକୁରାଣୀ ପୀଠରେ ସ୍ବେଚ୍ଛାସେବୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର ଦିଆଯିବା ସହ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମୟରେ ସ୍ବେଚ୍ଛାସେବୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ଦିବ୍ଯାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗୁଣ୍ଡିଚା ମଣ୍ଡପ ଆଡପମଣ୍ଡପରେ ଦର୍ଶନ କରାଇଥିବାରୁ ଆଜି ପ୍ରମାଣପତ୍ର ପାଇ ସ୍ବେଚ୍ଛାସେବୀ ମାନେ ଉତ୍ସାହିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ପରିଚାଳନା କରିଥିଲେ । ଦି ବେଲର ବରିଷ୍ଠ ନାଗରିକ ମଞ୍ଚ, ଯୁବ ମଞ୍ଚ ଓ ମହିଳା ମଞ୍ଚର କର୍ମୀମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande