କନିଷ୍ଠଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି, ସଂପୃକ୍ତ ଯନ୍ତ୍ରୀଙ୍କ ବଦଳି ନିର୍ଦେଶ କାର୍ଯ୍ୟକାରୀ କେବେ!
ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପାଳଙ୍କ ନିର୍ଦେଶ କାର୍ଯ୍ୟକରିତା ନେଇ ପ୍ରଶ୍ନବାଚୀ ହୋଇପଡିଛି। ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦେଶ ଚାନ୍ଦବାଲି ବ୍ଲକରେ କାର୍ଯ୍ୟକାରୀ ହୋଇ ପାରି ନଥିବା ବେଳେ ଅନ୍ୟ ବ୍ଲକ ମାନଙ୍କରେ କଣ କାର୍ଯ୍ୟକାରୀ ହେଉଥିବ ସେ ନେଇ ମଧ୍ୟ ପ୍ରଶ୍ନବାଚ
କନିଷ୍ଠଯନ୍ତ୍ରୀରୁ ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି, ସଂପୃକ୍ତ ଯନ୍ତ୍ରୀଙ୍କ ବଦଳି ନିର୍ଦେଶ କାର୍ଯ୍ୟକାରୀ କେବେ!


ଭଦ୍ରକ, ୬ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପାଳଙ୍କ ନିର୍ଦେଶ କାର୍ଯ୍ୟକରିତା ନେଇ ପ୍ରଶ୍ନବାଚୀ ହୋଇପଡିଛି। ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦେଶ ଚାନ୍ଦବାଲି ବ୍ଲକରେ କାର୍ଯ୍ୟକାରୀ ହୋଇ ପାରି ନଥିବା ବେଳେ ଅନ୍ୟ ବ୍ଲକ ମାନଙ୍କରେ କଣ କାର୍ଯ୍ୟକାରୀ ହେଉଥିବ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି। ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୧୫୭୪/୧୩/୬/୨୫ ଅନୁଯାଇ ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ୧୯ଜଣ କନିଷ୍ଠଯନ୍ତ୍ରୀଙ୍କ ର ସହକାରୀ ଯନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ। ଏହି ନିର୍ଦେଶରେ ଚାନ୍ଦବାଲି ବ୍ଲକର ଅମୀୟ କୁମାର ପଲେଇଙ୍କୁ ପୁନଶ୍ଚ ଚାନ୍ଦବାଲି ବ୍ଲକରେ ସ୍ଥାପିତ କରାଯାଇଥିବା ବେଳେ ଚାନ୍ଦବାଲି ବ୍ଲକରେ କାର୍ଯ୍ୟରତ ଜଦୁ ଟୁଡୁଙ୍କୁ ତିହିଡି ବ୍ଲକକୁ, ଧାମନଗର ବ୍ଲକରେ କାର୍ଯ୍ୟରତ ଦିଲୀପ ପଣ୍ଡାଙ୍କୁ ଚାନ୍ଦବାଲିକୁ ଏବଂ ବାସୁଦେବପୁର ବ୍ଲକର କାର୍ଯ୍ୟରତ ପ୍ରକାଶ ଚନ୍ଦ୍ର ମଲିକଙ୍କୁ ଚାନ୍ଦବାଲି ବ୍ଲକକୁ ବଦଳି କରାଯାଇଥିବା ଏହି ପତ୍ରରେ ଉଲ୍ଲେଖ ଥିଲା। ଇତି ମଧ୍ୟରେ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ଏହି ବଦଳି ଆଂଶିକ କାର୍ଯ୍ୟକାରୀ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଏହା ସଂପୂର୍ଣ କାର୍ଯ୍ୟକାରୀ କରାଗଲା ନାହିଁ ତାହା ତଦନ୍ତ ସାପେକ୍ଷ । ଚାନ୍ଦବାଲି ବ୍ଲକରେ ପ୍ରକାଶ ଚନ୍ଦ୍ର ମଲିକ ଆସି ଯୋଗ ଦେଇଥିବା ବେଳେ ଧାମନଗର ବ୍ଲକ ବିଡିଓ ଆଜି ପର୍ଯ୍ୟନ୍ତ ଦିଲୀପ ପଣ୍ଡାଙ୍କୁ ସେଠାରୁ ରିଲିଭ କରି ନାହାନ୍ତି କି ସେ ଆସି ଚାନ୍ଦବାଲି ବ୍ଲକରେ କାର୍ଯ୍ୟରେ ଯୋଗ ମଧ୍ୟ ଦେଇ ନାହାନ୍ତି ସେହିପରି ଚାନ୍ଦବାଲି ବ୍ଲକରେ କାର୍ଯ୍ୟରତ ଜଦୁ ଟୁଡୁ ଙ୍କୁ ଚାନ୍ଦବାଲି ବିଡିଓ ମଧ୍ୟ ରିଲିଭ କରି ନାହାନ୍ତି କି ସେ ମଧ୍ୟ ତିହିଡି ବ୍ଲକରେ ଯୋଗ ଦେଇ ନାହାନ୍ତି। ସେହିପରି ଭଣ୍ଡାରିପୋଖରୀ, ବନ୍ତ ,ବାସୁଦେବପୁର, ଧାମନଗର ଏବଂ ଭଦ୍ରକ ବ୍ଲକରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ସହକାରୀ ଯନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ ମଧ୍ୟ ସେମାନେ ବଦଳି ହୋଇଥିବା ବ୍ଲକରେ କେବେ କାର୍ଯ୍ୟରେ ଯୋଗ ଦେବେ ଅଥବା ଜିଲ୍ଲାପାଳ ପୁନଶ୍ଚ ସେମାନଙ୍କ ବଦଳି ବାତିଲ କରିବେ ତାହା ଦେଖିବାକୁ ବାକି ରହିଲା। ଇତି ମଧ୍ୟରେ ଜିଲ୍ଲାପାଳ ନିଜର ପତ୍ରକୁ ବାତିଲ କରି ନଥିବା ବେଳେ ଚାନ୍ଦବାଲି ବିଡିଓ କିପରି ନିଜର ପତ୍ରସଂଖ୍ୟା ୨୯୫୪/୧/୯/୨୫ ଜଦୁ ଟୁଡୁଙ୍କୁ ଭାରମୁକ୍ତ ନକରି ପୁନଶ୍ଚ ଚାନ୍ଦବାଲି ବ୍ଲକର ୬ଟି ପଂଚାୟତ ଦାୟିତ୍ୱ ପ୍ରଦାନ କଲେ ତାହା ଅଂଚଳବାସୀଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ତୁରନ୍ତ ବଦଳି ହୋଇଥିବା ଯନ୍ତ୍ରୀ ମାନଙ୍କୁ ବଦଳି ହୋଇଥିବା ବ୍ଲକରେ ଯୋଗଦାନ କରିବେ ଅଥବା ଜିଲ୍ଲାପାଳ ପୁନଶ୍ଚ ନିଜ ଚିଠି ବଦଳାଇ ସେମାନଙ୍କ ବଦଳି ବାତିଲ କରିବେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande