ଧର୍ମଶାଳା, ୦୬ ସେପ୍ଟେମ୍ବର(ହି.ସ.) – ଶୁକ୍ରବାର ଦିନ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚୟତ ରାଏପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ବୋହୂ ବର୍ଷା(୨୪)ପାରିବାରିକ କଳହକୁ ନେଇ ବେକରେ ଫାଶି ଲଗାଇ ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ବାପ ଘର ପକ୍ଷରୁ ଝିଅକୁ ଶାଶୁଘର ଓ ବନ୍ଧୁ ଘର ଲୋକେ ମିଶି ମାରି ଦେଇ ଆତ୍ମହତ୍ୟାର ରୂପ ଦେଉଥିବା ନେଇ ଶୁକ୍ରବାର ବିଳମ୍ବିତ ରାତିରେ ମୃତା ବର୍ଷାର ବାପା ବ୍ରହ୍ମାନନ୍ଦ ପଣ୍ଡା ବ୍ରହ୍ମବରଦା ଥାନାରେ ଜ୍ୱାଇଁ ସମେତ ମୋଟ ୧୭ଜଣଙ୍କ ନାମରେ ଏତଲା ଦେଇ ଥିଲେ। ତେବେ ଆଜି ବ୍ରହ୍ମବରଦା ପୋଲିସ ଥାନାରେ କେସ୍ ନଂ ୨୧୨ା୨୫ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳ ତଦନ୍ତ କରିବା ସହ ସାଇଁଟିଫିକ୍ ଟିମ୍?ର ସହାୟତା ନେଇ ଥିଲା। ରାଏପଡାରେ ଧର୍ମଶାଳାର ଅତିରିକ୍ତ ତହସିଲଦାର ଓ ସାଇଁଟିଫିକ୍ ଟିମ ପଂହଚି ତଦନ୍ତ ସାରିବା ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇ ଥିଲା। ଶବକୁ ଶାଶୁଘର ଲୋକେ ନ ନେବାରୁ ବାପ ଘର ଲୋକଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ବାପ ଘର ଲୋକେ ଶବକୁ ନେଇ ଶବ ସତ୍କାର କରିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଜ୍ୱାଇଁ ଜଗବନ୍ଧୁ ମିଶ୍ର(୪୦),ବଡରାଏପଡା ଗ୍ରାମର ଭଣଜା ସ୍ନେହାଶିଷ ପଣ୍ଡା(୨୬) ଓ ନଣନ୍ଦ ବେବିନା ମିଶ୍ରଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା ଜାରି ରଖିଛି। ସେପଟେ ବେବିନାକୁ ପୋଲିସ ଯାଜପୁରସ୍ଥ ସ୍ୱଧାର ଗୃହରେ ଛଡା ଯାଇଥିବା ବେଳେ ତଦନ୍ତ ସରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମବରଦା ଥାନା ଏସ୍ ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।
ପ୍ରକାଶ ଥାଉକି,ରାଏପଡା ଗ୍ରାମର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ପୁଅ ଜଗବନ୍ଧୁ ୮ ବର୍ଷ ପୂର୍ବେ ଢେଙ୍କାନାଳ ଜିଲା ନହଳ ପ୍ରସାଦ ବେଗା ଗ୍ରାମର ବ୍ରହ୍ମବାନନ୍ଦ ପଣ୍ଡାଙ୍କ ଝିଅ ବର୍ଷା((୨୪)କୁ ବିବାହ କରିଥିଲେ । ଗଲା କିଛି ଦିନ ହେବ ଜଗବନ୍ଧୁ ବହୁ ସମୟରେ ବର୍ଷାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏପରିକି ବର୍ଷା ବାପ ଘର ଲୋକଙ୍କୁ ଜଣାବା ପରେ ଉଭୟଙ୍କ ମଧ୍ୟ ଅପୋଷ ସମାଧାନ ହୋଥଇଲା। ତେବେ ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲେ। ଫଳରେ ଘର ଭିତରେ ବେକରେ ଫାଶି ଲଗାଇ ଦେଇଥିଲେ। ବାପା ବ୍ରହ୍ମାନନ୍ଦ ଝିଅକୁ ଜ୍ୱାଇଁ ଘର ଓ ବନ୍ଧୁ ଘର ଲୋକେ ମାରି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଉଥିବା ଥାନାରେ ଅଭିଯୋଗ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ