ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- କଳିଙ୍ଗ
ଷ୍ଟାଡିଅମରେ ହେବ ଆଉ ଏକ ଏସିଆନ ପ୍ରତିଯୋଗିତା । ଚଳିତ ବର୍ଷ ଅକ୍ଟୋବର 11 ରୁ 15 ତାରିଖ ଯାଏ
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବାକୁ ଯାଉଛି 28 ତମ ଆଇଟିଟିଏଫ- ଏଟିଟିୟୁ ଏସିଆନ ଟେବୁଲ ଟେନିସ ଟିମ ଚମ୍ପିୟାନସିପ ।
ଏ ନେଇ ଘୋଷଣା କରିଛି ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ ।
ପୂର୍ବରୁ ଏହାର ସିଙ୍ଗିଲିସ, ଡବଲସ ଏବଂ ମିକ୍ସ
ଇଭେଣ୍ଟ କାଜାଖସ୍ତାନରେ ସମାପ୍ତ ହୋଇଥିଲା ବେଳେ ଦଳଗତ ପ୍ରତିଯୋଗିତା ଏଠାରେ ଖେଳାଯିବ । ଏସିଆର
ପ୍ରମୁଖ ପୁରୁଷ ଏବଂ ମହିଳା ଦଳ ଏଥିରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷକୁ ମିଶାଇ ଦ୍ଵିତୀୟ ଥର ପାଇଁ ରାଜ୍ୟରେ
ହେବାକୁ ଯାଉଛି ଏକ ଅନ୍ତର୍ଜାତୀୟ ଟେବୁଲ ଟେନିସ ପ୍ରତିଯୋଗିତା । ପୂର୍ବରୁ 2019 ରେ କଟକର ଜବାହରଲାଲ ନେହୁରୁ ଷ୍ଟାଡିଅମରେ 21 ତମ ରାଜ୍ୟଗୋଷ୍ଠୀ
କ୍ରୀଡା ଟେବୁଲ ଟେନିସ ଚାମ୍ପିୟାନସିପ ଆୟୋଜନ
ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା