ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଶେଷ ନୀତିକାନ୍ତି
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଦେବ ନୀତି ଅନୁଷ୍ଠିତ ହୋଇଥାଏ। ଗ୍ରହଣ ଲାଗିଲେ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥାଏ। ଭାଦ୍ରବ ପୂର୍ଣ୍ଣିମାରେ ଭାରତରେ ସବୁଠି
ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ର     ଗ୍ରହଣ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଶେଷ ନୀତିକାନ୍ତି


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ଆଜି

ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ଦେବ

ନୀତି ଅନୁଷ୍ଠିତ ହୋଇଥାଏ। ଗ୍ରହଣ ଲାଗିଲେ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଥାଏ।

ଭାଦ୍ରବ ପୂର୍ଣ୍ଣିମାରେ

ଭାରତରେ ସବୁଠି ବିରଳ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏଥିଲାଗି ମଧ୍ୟାହ୍ନ ୧୨ଟା

୫୭ ମିନିଟ୍‌ଠାରୁ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ। ରବିବାର ରାତି ୯ଟା ୫୭ ମିନିଟ୍‌ରେ ଗ୍ରହଣ ସ୍ପର୍ଶ

କରିବ। ରାତି ୧୧ଟା ୧ ମିନିଟ୍‌ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହେବ। ରାତି ୧୧ଟା ୪୨ ମିନିଟ୍‌ରେ

ମଧ୍ୟ ଓ ରାତି ୧୨ଟା ୨୩ ମିନିଟ୍‌ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟ୍‌ରେ

ଗ୍ରହଣ ସର୍ବମୋକ୍ଷ ହେବ। ଏଣୁ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର

ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ଠାରୁ ପାକତ୍ୟାଗ , ଅନ୍ନ ଭୋଜନ ଓ ଦେବନୀତି ନିଷେଧ କରାଯାଇଛି। ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande