ପୁରୀ, ୭ ସେପ୍ଟେମ୍ବର (ହି.ସ.)- ସମୁଦ୍ରକୂଳ ରାସ୍ତାରେ ପୋଲିସ ଗତ ରାତି ସାଢେ ୯ଟାରେ ପାଟ୍ରୋଲିଂ କରୁଥିଲା । ଅର୍ବାନହାଟ ନିକଟରେ କଫସିରଫ ବିକ୍ରି କରୁଥିବା ଖବର ପାଇ ପିସିଆର ଭ୍ଯାନ ସେଠାରେ ପହଞ୍ଚି ହାପି ହୋମ ଛକରେ କଫସିରଫ ବିକ୍ରି କରୁଥିବା ଯୁବକକୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ଦୌଡିଥିଲା । ପୋଲିସ ତାକୁ ମାଡିବସିଥିଲା । ପୋଲିସକୁ ଧମକ ଦେଇ କହିଲା ଜେଲ ଯାଇ ଫେରିଲେ ପୋଲିସକୁ ମାରିଦେବ । ଏ ସମ୍ପର୍କରେ ପାଟ୍ରୋଲିଂ କରୁଥିବା ସବଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ସାହୁ ସମୁଦ୍ରକୂଳ ଥାନାରେ ରିପୋର୍ଟ କରିବା ପରେ ୨୫୨/୨୫ ରେ ମାମଲା ରୁଜୁ ହୋଇଥିଲା । ଭାରତୀୟ ନ୍ଯାୟ ସଂହିତା (ବିଏନଏସ) ଧାରା ୨୭୬, ୨୭୭, ୨୭୮,୧୩୨,୩୫୧ (୨)ରେ ଅଭିଯୁକ୍ତ କଣାସ ଥାନା ଅନ୍ତର୍ଗତ ତ୍ରିଲୋଚନପୁରୁ ବେଲପଡାର କାଳୁ ମହାରଣା ଓରଫ ଓମକୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ତା' ଠାରୁ ୩୨ଟି କଫସିରଫ ବୋତଲ ଜବତ କରିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ