ପାର୍ବଣ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ପାର୍ବଣ ସମୟରେ ପ୍ରଦୂଷଣକୁ ନେଇ ଚିନ୍ତା। ଭଷାଣି ସମୟରେ ମୁଖ୍ୟତଃ ଶବ୍ଦ ଏବଂ ଜଳ ପ୍ରଦୂଷଣ ବହୁଳ ମାତ୍ରାରେ ବଢିଥାଏ। ତେଣୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏନେଇ ସ୍ୱତନ୍ତ୍ର ଟିମ ଗଠନ କରାଯା
ପାର୍ବଣ ସମୟରେ ପ୍ରଦୂଷଣ     ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ପାର୍ବଣ ସମୟରେ

ପ୍ରଦୂଷଣକୁ ନେଇ ଚିନ୍ତା। ଭଷାଣି ସମୟରେ ମୁଖ୍ୟତଃ ଶବ୍ଦ ଏବଂ ଜଳ ପ୍ରଦୂଷଣ ବହୁଳ ମାତ୍ରାରେ

ବଢିଥାଏ। ତେଣୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଏନେଇ

ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ପୂଜାମଣ୍ଡପଗୁଡିକୁ ମଧ୍ୟ ନିୟମ

ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଭଷାଣି ପାଇଁ ଅସ୍ଥାୟୀ ପୋଖରୀ କରାଯାଇଥିଲେ ବି ଅନେକ

ସମୟରେ ନଦୀ ନାଳରେ ଠାକୁରଙ୍କ ବିସର୍ଜନ କରାଯାଉଛି। ଫଳରେ ପ୍ରଦୂଷଣ ବଢୁଛି। ତେଣୁ ପ୍ରଦୂଷଣ

ନିୟମ ମାନି କିଭଳି ସୁରୁଖୁରୁରେ ଭଷାଣି କରାଯିବ ସେନେଇ ଗୁରୁତ୍ୱ ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ

ବୋର୍ଡ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande