ବାରିପଦା, ୦୮ ସେପ୍ଟେମ୍ବର(ହି.ସ.) – ମୟୁରଭଞ୍ଜ ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ଶିକ୍ଷୟିତ୍ରୀ ବିଭିନ୍ନ ଦାବି ପୂରଣ ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବ ସହିତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟତଃ ଦାବି ଯଥା ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରିରେ ଯୋଗ କରିବା ସହ ୬ ଗୋଟି ନାସନାଲ ଇଂକ୍ରିମେଂଟ ପ୍ରଦାନ କରିବା, ସରକାରୀ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କ୍ୟାଡର ପୁର୍ନ-ଗଠନ କରିବା, ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରାଜ୍ୟ କ୍ୟାଡର ଭୁକ୍ତ କରିବା, ୪୨୦୦ରୁ ୪୬୦୦ ଓ ୨୮୦୦ ରୁ ୪୨୦୦ ଏଂଟ୍ରି ପେ ପ୍ରଦାନ ଏବଂ ୨୦୧୬ ବ୍ୟାଚର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ହୋଇଥିବା ଦିନଠାରୁ ଆର୍ôଥକ ରାଶି ତଥା ଏରିୟର ପ୍ରଦାନ, ବଦଳି କାର୍ଯ୍ୟକୁ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ଆଦି ଦାବି ପୂରଣ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦାବି ଜଣାଇଛନ୍ତି। ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ରାଜ୍ୟ ସଙ୍ଘ ଦେଇଥିବା ଆନ୍ଦୋଳନ ଡାକରାରେ ସାମିଲ ହୋଇ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଦାବିପତ୍ର ପ୍ରଦାନବେଳେ ରାଜ୍ୟ ଆବାହକ ବିଶ୍ୱଜିତ ବିଶ୍ୱାଳ, ଜିଲ୍ଲା ଆବାହକ ମଣ୍ଡଳୀର ସଦସ୍ୟ ତପନ କୁମାର ବାରିକ, ହରିଶ୍ଚନ୍ଦ୍ର ଦାସ, ଉତ୍ପଳ ଭଦ୍ର, ସୂର୍ଯ୍ୟପ୍ରକାଶ ନାୟକ, ମନୋଜ କୁମାର ବେସ୍ରା, ଶାନ୍ତୁନୁ ଦାସ, ଫାଇଜାନ ଉଲ୍ଲହା, ଅତସୀ କୁଣ୍ଡୁ, ଜୟଶ୍ରୀ ବେହେରା, ଇତିଶ୍ରୀ ବେହେରା, ଲଷ୍ମୀପ୍ରିୟା ସାହୁ, ରତନ ପାତ୍ର, ସୁଧାଂଶୁ ବେହେରା, ରମେଶ ଜେନା, ସରୋଜ ମହାନ୍ତ, ନନୀ ଗୋପାଳ ଜେନା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲା।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ