ବନ୍ଦାଳ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଶିକ୍ଷକ ଅଭାବ ସମସ୍ୟାକୁ ନେଇ ସୋମବାର ଦିନ ବନ୍ଦାଳ-ମଢ଼ିଆଳି ଉଚ୍ଚ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେଇଥିଲେ।ଏହି ବିଦ୍ୟାଳୟରେ ବାଲବିକାଶ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏ ଶିକ୍ଷା ଦାନ ବ୍ୟବସ୍ଥା ଥିବା ବେଳେ ମାତ୍ର ୭ଜଣ ଶିକ
BANDALO SCHOOL TALA PAKA ANDOLAN


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଶିକ୍ଷକ ଅଭାବ ସମସ୍ୟାକୁ ନେଇ ସୋମବାର ଦିନ ବନ୍ଦାଳ-ମଢ଼ିଆଳି ଉଚ୍ଚ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେଇଥିଲେ।ଏହି ବିଦ୍ୟାଳୟରେ ବାଲବିକାଶ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ଯାଏ ଶିକ୍ଷା ଦାନ ବ୍ୟବସ୍ଥା ଥିବା ବେଳେ ମାତ୍ର ୭ଜଣ ଶିକ୍ଷକ ନିଯୁକ୍ତଅଛନ୍ତି।ବାଲ ବିକାଶରେ ୧୦ ଜଣ,ପ୍ରଥମରୁ ପଂଚମ ଯାଏ ୪୭ ଜଣ, ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ୮୭ ଜଣ ଓ ନବମ, ଦଶମ ଶ୍ରେଣୀରେ ୮୮ଜଣ ଛାତ୍ରଛାତ୍ରୀ ପଢୁଛନ୍ତି।ମାତ୍ର ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ଶିକ୍ଷକ ନଥିବା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।ଗତ ଦଶ ବର୍ଷ ଧରି ହିନ୍ଦୀ ଶିକ୍ଷକ ପଦବୀ ଖାଲି ପଡ଼ିଛି।ସେହିପରି ବିଦ୍ୟାଳୟରେ କୌଣସି ପିଅନ ମଧ୍ୟ ନାହାନ୍ତି।ସେହିପରି ସଂସ୍କୃତ ଓ ଟିଜିଟି ଶିକ୍ଷକ ପଦବୀ ଗୋଟିଏ ଖାଲି ରହିଛି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମାତ୍ର ଦୁଇଜଣ ଶିକ୍ଷକ ରହିଛନ୍ତି।ବିଦ୍ୟାଳୟରେ କିରାଣୀ ମଧ୍ୟ ନାହାନ୍ତି।ଏଥିପାଇଁ ଅଭିଭାବକ ମାନେ ବାରମ୍ବାର ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓଲ୍‌ହାଇଥିବା ଅଭିଭାବକମାନେ କହିଛନ୍ତି।ଖବର ପାଇ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନା ବିଦ୍ୟାଳୟରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।ଗୋଟିଏ ସପ୍ତାହ ମଧ୍ୟରେ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande