ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଶୁରି ଥାନା ହରିହଂସ ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସେବୀ ଭକ୍ତ ହରି ନାୟକ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବର୍ଷିକ ଉତ୍ସବ ସ୍ଥାନୀୟ ଆପେସ୍କ ସ୍କୁଲ ପରିସର ରେ ପାଳିତ ହୋଇ ଯାଇଚି।ଶିକ୍ଷାବିତ ବାସୁଦେବ ବାରିକ ଙ୍କ ସଭାପତିତ୍ୱ ରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା,ପ୍ରମୋଦ ନାୟକ,କୈଳାସ ପଣ୍ଡା, ଶିବ ପ୍ରସାଦ ଖାମରାଇ ଯୋଗଦେଇ ସ୍ୱର୍ଗତ ନାୟକ ସମାଜ ସେବାରେ ତାଙ୍କ ର ଅବଦାନ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ପାଦକ ଶାନ୍ତନୁ କୁମାର ରାଉତ ବିବରଣୀ ପାଠ କରିଥିବା ବେଳେ ବିଜୟ ନାୟକ ପ୍ରାରମ୍ଭୀକ ସୂଚନା ପ୍ରଦାନ କରିଥିଲେ। ଏହି ଅବସର ରେ ଶିକ୍ଷାବିତ ବାବାଜୀ ଚରଣ ପଣ୍ଡା ଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ସେବୀ କର୍ଣ୍ଣାଟକେଶରୀ ଦାସ, ସରୋଜ ମହାପାତ୍ର , ଧାମନଗର ନିର୍ବାଚନ ମଣ୍ଡଳୀ ର ବିଜେଡି ନେତା ସଂଜୟ ଦାସ, ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ସାହୁ, ପଣ୍ତିତ ଦୟାନିଧି ମିଶ୍ର ,ସ୍ୱାଧିନତା ସଂଗ୍ରାମୀ ରାମହରି ଗୋସ୍ୱାମୀ,ଗୟାଧର ପଣ୍ଡା ,ରବୀନ୍ଦ୍ର ବେହୁରିଆ,କଂଗ୍ରେସ୍ ନେତା ନାରାୟଣ ପାଢ଼ୀ,ନରେନ୍ଦ୍ର ମଲିକ, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ମିଶ୍ର ପ୍ରମୁଖ ସ୍ୱର୍ଗତ ନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ସ୍ମୃତି କମିଟି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇ ଥିଲା ଏଥିରେ ୩୧ ଜଣ ରକ୍ତଦାନ କରିଥିଲେ । ଧାମନଗର ପଂଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷା ତଥା ସ୍ୱର୍ଗତ ନାୟକ ଙ୍କ ପୁଅ ଅଶୋକ କୁମାର ନାୟକ ସମସ୍ତ ଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ