ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର, ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ମାନଙ୍କୁ ନେଇ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମ ବନ୍ତ ବ୍ଲକର କାଦବାରଙ୍ଗ ଠାରେ ଦୁଇ ଦିନ ପାଇଁ ୮ ଓ ୯ ତାରିଖରେ କରାଯିବ । ଏହି ପ୍ରଶିକ୍ଷଣରେ ସହାୟକ କଲେକ୍ଟର ଭୀମକାନ୍ତ ମାଝି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ଲାନ ଅନୁପମ ସେନାପତି ସହିତ ତ୍ରିବେଣୀ ଏନ୍ଜିଓର ରଞ୍ଜୁଲତା ଗାହାଣ ଓ ଆକାଂକ୍ଷା ଏନ୍ଜିଓର ମାନସୀ ମାଡ଼ମ ପ୍ରଶିକ୍ଷକ ଭାବେ ଉପସ୍ଥିତ ଥିଲେ। ସେମାନେ ପି.ଇ.ଓ.ମାନଙ୍କୁ ବିଭିନ୍ନ ପ୍ରକାର ବିପଦ ସମୟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସତର୍କତା, ପ୍ରାୟୋଗିକ ପଦକ୍ଷେପ ଓ ସରକାରୀ ସମନ୍ୱୟ ପ୍ରକ୍ରିୟା ବିଷୟରେ ପରାମର୍ଶ ଦେଇଥିଲେ। ନିବାସୀୟ ପ୍ରଶିକ୍ଷଣରେ ପି.ଇ.ଓ.ମାନେ ବିପଦ ସମୟରେ ଜନସାଧାରଣଙ୍କୁ ସୁରକ୍ଷାରେ ରଖିବା, ସମୟୋଚିତ ସହାୟତା ପହଂଚାଇବା ଓ ସରକାରୀ ସମନ୍ୱୟକାରୀ ଭାବେ କାର୍ଯ୍ୟ କରିବା ବିଷୟରେ ମୂଳଭୂତ ଜ୍ଞାନ ଲାଭ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ