ନୂଆଦିଲ୍ଲୀ, ୦୮ ସେପ୍ଟେମ୍ବର(ହି.ସ.) – ଭାରତୀୟ ଜନତା ପାର୍ଟି(ଭାଜପା) ଉପରାଷ୍ଟ୍ରପତି ପଦର ନିର୍ବାଚନରେ ବିରୋଧରେ ଇଣ୍ଡି ମେଂଟ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡିଙ୍କ ଚାରା ଘୋଟାଲା ସଜାପ୍ରାପ୍ତ ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲ ପ୍ରସାଦ ଯାଦବଙ୍କ ସହିତ ସାକ୍ଷାତ ଏବଂ ଦେଶର ଆତ୍ମା ବଂଚାଇବାକୁ ତାଙ୍କ ପାଖଣ୍ଡ କହିଛି।
ଭାଜପା ସାଂସଦ ଏବଂ ପୂର୍ବ କେନ୍ଦ୍ରମନ୍ତ୍ରୀ ଡା. ରବିଶଙ୍କର ପ୍ରସାଦ ସୋମବାର ଦି ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏକ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟର ସେବାନିବୃତ ନ୍ୟାୟାଧିଶ ସୁଦର୍ଶନ ରେଡ୍ଡି ବିରୋଧିର ମେଂଟର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରହିଛନ୍ତି। ନ୍ୟାୟମୂର୍ତୀ ରେଡ୍ଡୀ କହିଛନ୍ତି ଯେ ଦେଶର ଆତ୍ମାକୁ ବଂଚାଇବା ପାଇଁ ମତେ ଭୋଟ୍ ଦିଅନ୍ତୁ। ସେ ଚାରା ଘୋଟାଲାରେ ଦୋଷୀ ରାଜଦ ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ସହିତ ସାକ୍ଷାତ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟର ସେବାନିବୃତ ନ୍ୟାୟାଧୀଶ କୌଣସି ଏପରି ବ୍ୟକ୍ତି ସହିତ ସାକ୍ଷାତ କରୁଛନ୍ତି ଯିଏ ଘୋଟାଲାରେ ଦୋଷୀ ପାଖଣ୍ଡ ଅଟନ୍ତି। ଏଥିପାଇଁ ତାଙ୍କୁ ଦେଶର ଆତ୍ମାର କଥା କହି ପାଖଣ୍ଡ ନକରିବା ଦରକାର।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି