ବଡବିଲ ସ୍ଥିତ ସରକାରୀ(ଏସ୍‌.ଏସ୍‌.ଡି )ମାଟ କାମ ବେଡ଼ା ହାଇସ୍କୁଲ ର ବରିଷ୍ଠ କ୍ରୀଡା ଶିକ୍ଷକ ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଗୁରୁ ସମ୍ବର୍ଦ୍ଧିତ
କେନ୍ଦୁଝର, ୮ ସେପ୍େଟମ୍ବର (ହି.ସ.) - ବଡ଼ବିଲ ସ୍ଥିତ ସରକାରୀ(ଏସ୍‌.ଏସ୍‌.ଡି)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଟକାମବେଡ଼ା ହାଇସ୍କୁଲ ର ବରିଷ୍ଠ କ୍ରୀଡା ଶିକ୍ଷକ ତଥା ଏନ୍‌.ସି.ସି କ୍ୟାଡେଟ୍ ଅଫିସର ଶ୍ରୀଯୁକ୍ତ ପରମାନନ୍ଦ ସେଠୀ ବିଦ୍ୟାଳୟ,ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପ୍ରତିଭାବାନ ଖେଳାଳି ତଥା ଏନ୍‌.ସି
ବଡବିଲ ସ୍ଥିତ ସରକାରୀ(ଏସ୍‌.ଏସ୍‌.ଡି )ମାଟ କାମ ବେଡ଼ା ହାଇସ୍କୁଲ ର ବରିଷ୍ଠ କ୍ରୀଡା ଶିକ୍ଷକ ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ଗୁରୁ ସମ୍ବର୍ଦ୍ଧିତ


କେନ୍ଦୁଝର, ୮ ସେପ୍େଟମ୍ବର (ହି.ସ.) - ବଡ଼ବିଲ ସ୍ଥିତ ସରକାରୀ(ଏସ୍‌.ଏସ୍‌.ଡି)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ମାଟକାମବେଡ଼ା ହାଇସ୍କୁଲ ର ବରିଷ୍ଠ କ୍ରୀଡା ଶିକ୍ଷକ ତଥା ଏନ୍‌.ସି.ସି କ୍ୟାଡେଟ୍ ଅଫିସର ଶ୍ରୀଯୁକ୍ତ ପରମାନନ୍ଦ ସେଠୀ ବିଦ୍ୟାଳୟ,ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପ୍ରତିଭାବାନ ଖେଳାଳି ତଥା ଏନ୍‌.ସି.ସି କ୍ୟାଡେଟ ବାହାର କରି ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ । ଡଃ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ (ଗୁରୁଦିବସ )ଅବସରରେ ମିଳିତ ଶିକ୍ଷକ କର୍ମଚାରୀ ସଂଘ (ୟୁଟିୟା ) ଭୁବନେଶ୍ୱର ତରଫରୁ ପୂଜ୍ୟପୂଜା ପରମ୍ପରା ଅନୁଯାୟୀ ଶ୍ରେଷ୍ଠ ଗୁରୁ ଭାବେ ପରମାନନ୍ଦ ସେଠୀଙ୍କୁ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନ ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ କରକମଳରୁ ପୁଷ୍ପଗୁଛ ସହ ମାନପତ୍ର ଓ ଉପଢୌକନ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ସେଠୀ ଙ୍କର କାର୍ଯ୍ୟଦକ୍ଷତାକୁ ଗ୍ରହଣ କରି ଶ୍ରେଷ୍ଠ ଗୁରୁ ଭାବେ ସମ୍ବର୍ଦ୍ଧିତ କରିଥିବାରୁ ମିଳିତ ଶିକ୍ଷକ କର୍ମଚାରୀ ସଂଘ ୟୁଟିଆ କୁ ବଡ଼ବିଲ ତଥା କେନ୍ଦୁଝର ଜିଲ୍ଲା ର ଅନେକ ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଧନ୍ୟବାଦ ଦେଇଛନ୍ତି । ତତ୍ ସହିତ ମାଟ କାମ ବେଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ରାଉତ, ଅଧ୍ୟକ୍ଷ ହେମନ୍ତ କୁମାର ଘଡିଆ ଏବଂ ଅଧ୍ୟାପକ ମନୋଜ କୁମାର ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ଏକ ସାଧାରଣ ସଭା କରି ପୁଷ୍ପଗୁଛ ସହ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରିବା ସହ ବଡ଼ବିଲ ଅଂଚଳର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande