ଭାଗବତ ଜନ୍ମ ପାଳିତ
କୋରେଇ, ୮ ସେପ୍ଟେମ୍ବର (ହି.ସ.) - ହିନ୍ଦୁ ଧର୍ମର ପରମ ଶାସ୍ତ୍ର ଭାଗବତର ପବିତ୍ର ଜନ୍ମୋତ୍ସବ ପାଣିକୋଇଲିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିଲା। ପାଣିକୋଇଲି ପଂଚାୟତର ସାମନ୍ତରା ସାହିରେ ଥିବା ଭାଗବତ ଟୁଙ୍ଗି ଠାରେ ଭାଗବତ ଜନ୍ମ ପାଳିତ ହୋଇଥିଲା। ସ୍ତାନୀୟ ବେଦଜ୍ଞ ବାହ୍ମଣ ଅକ୍ଷୟ କୁମାର ଦାଶ ଓ ବିଜୟ କ
ଭାଗବତ ଜନ୍ମ ପାଳିତ


କୋରେଇ, ୮ ସେପ୍ଟେମ୍ବର (ହି.ସ.) - ହିନ୍ଦୁ ଧର୍ମର ପରମ ଶାସ୍ତ୍ର ଭାଗବତର ପବିତ୍ର ଜନ୍ମୋତ୍ସବ ପାଣିକୋଇଲିର ବିଭିନ୍ନ ସ୍ଥାନରେ ପାଳିତ ହୋଇଥିଲା। ପାଣିକୋଇଲି ପଂଚାୟତର ସାମନ୍ତରା ସାହିରେ ଥିବା ଭାଗବତ ଟୁଙ୍ଗି ଠାରେ ଭାଗବତ ଜନ୍ମ ପାଳିତ ହୋଇଥିଲା। ସ୍ତାନୀୟ ବେଦଜ୍ଞ ବାହ୍ମଣ ଅକ୍ଷୟ କୁମାର ଦାଶ ଓ ବିଜୟ କୁମାର ପଣ୍ଡାଙ୍କ ପୈାରହିତ୍ୟରେ କର୍ତା ଭାବେ ପୁର୍ବତନ ଶିକ୍ଷକ ବଟକୃଷ୍ଣ ରାୟ ଯୋଗ ଦେଇଥିଲେ। ସେହିପରି ଦାମୋଦରପୁର ଗ୍ରାମରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପଳନ ହୋଇଥିଲା। ଏଥି ସହିତ ପଥରପଦା ପଂଚାୟତର ଓଚିନ୍ଦା ଗ୍ରାମରେ ବରିଷ୍ୱ ସାମ୍ବାଦିକ ସୁବାସ ଧଳଙ୍କ ବାସଭବନରେ ଭାଗବତ ଜନ୍ମ ପାଳନ ସହିତ ହୋମଯଜ୍ଞ ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande