ବିହାରରେ କଟିହାର ସୁଖାସନ ଗାଆଁରେ ଏନ୍‌ଆଇଏର ଚଢ଼ାଉ, ହାଜତ ନିଆଗଲା ଇକ୍‌ବାଲକୁ
କଟିହାର, ୦୮ ସେପ୍ଟେମ୍ବର(ହି.ସ.) – ବିହାରରେ କଟିହାର ଜିଲ୍ଲାର ସୁଖାସନ ଗାଆଁରେ ରାଷ୍ଟ୍ରୀୟ ଯାଂଚ ଏଜେନ୍ସ(ଏନ୍‌ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ କରି ଚଢ଼ାଉ କରିଛି। ଏହି ସମୟରେ ଏନ୍‌ଆଇଏର ଟିମ୍ ଗ୍ରାମୀଣ ଇକବାଲକୁ ତା’ର ଘରୁ ଗିରଫ କରିଛି ଏବଂ ତାଙ୍କ ପରିବାରକୁ ଲିଖିତ ନୋଟିସ୍ ଦେଇଛି। ଇକବାଲର ଭାଇ ବସୀକ କ
ବିହାରରେ କଟିହାର ସୁଖାସନ ଗାଆଁରେ ଏନ୍‌ଆଇଏର ଚଢ଼ାଉ, ହାଜତ ନିଆଗଲା ଇକ୍‌ବାଲକୁ


କଟିହାର, ୦୮ ସେପ୍ଟେମ୍ବର(ହି.ସ.) – ବିହାରରେ କଟିହାର ଜିଲ୍ଲାର ସୁଖାସନ ଗାଆଁରେ ରାଷ୍ଟ୍ରୀୟ ଯାଂଚ ଏଜେନ୍ସ(ଏନ୍‌ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ କରି ଚଢ଼ାଉ କରିଛି। ଏହି ସମୟରେ ଏନ୍‌ଆଇଏର ଟିମ୍ ଗ୍ରାମୀଣ ଇକବାଲକୁ ତା’ର ଘରୁ ଗିରଫ କରିଛି ଏବଂ ତାଙ୍କ ପରିବାରକୁ ଲିଖିତ ନୋଟିସ୍ ଦେଇଛି। ଇକବାଲର ଭାଇ ବସୀକ କହିଛି ଯେ ଚଢ଼ାଉ ସର୍ଚ୍ଚୱାରେଂଟ ଆଧାରରେ କରାଯାଇଥିଲା।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏନ୍‌ଆଇଏର ଟିମ୍ ଗାଆଁରେ ପ୍ରାୟ ଅଧାଡଜନ ଅନ୍ୟ ଠିକଣାରେ ମଧ୍ୟ ଚଢ଼ାଉ କରିଛି। ଏହି କାର୍ଯ୍ୟାନୁଷ୍ଠାରେ ପୁରା ଅଂଚଳରେ ଭୟର ବାତାବରଣ ଅଛି ଏବଂ ଗ୍ରାମବାସୀ ଚିନ୍ତାରେ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଯେ ସେମାନେ ଏପରି ଚଢ଼ାଉ ପ୍ରଥମେ କେବେ ଦେଖିନଥିଲେ। ଲୋକମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଏହି କାର୍ଯ୍ୟାନୁଷ୍ଠାନ କୌଣସି କାରଣରୁ ହୋଇଛି ଏବଂ କ’ଣ ଏହା କୌଣସି ବଡ଼ ନେଟ୍‌ୱର୍କ ସହିତ ଯୋଗାଯୋଗରେ ଅଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande