ବସ ଭଡା ପାଇଁ ୨ ନାବାଳକଙ୍କୁ ବସରେ ୨୫ କିମି ବୁଲାଇଲା ଲକ୍ଷ୍ମୀ ବସ କଣ୍ଡକ୍ଟର
ବାରିପଦା, ୮ ସେପ୍ଟେମ୍ବର (ହି.ସ.) - ୫ଟଙ୍କା ଭଡା ନଥିଲା ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ। ୨ଘଂଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାର ବର୍ଗ, କଣ୍ଡକ୍ଟରକୁ ବଜାର ଭିତରେ ଉଠବସ କରାଇଲେ। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା
Lakshmi Bus


Lakshmi Bus


ବାରିପଦା, ୮ ସେପ୍ଟେମ୍ବର (ହି.ସ.) - ୫ଟଙ୍କା ଭଡା ନଥିଲା ବୋଲି ଦୁଇ ନାବାଳକ ଭାଇଙ୍କୁ ୨୫କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ। ୨ଘଂଟା ପରେ ବସକୁ ଅଟକାଇ ଦୁଇ ଭାଇଙ୍କୁ ଉଦ୍ଧାର କଲେ ପରିବାର ବର୍ଗ, କଣ୍ଡକ୍ଟରକୁ ବଜାର ଭିତରେ ଉଠବସ କରାଇଲେ। ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ବଜାରରେ। ସୂଚନା ଅନୁଯାଇ ବୈଶିଙ୍ଗା ଗ୍ରାମର ସରୋଜ ପୁଥାଳଙ୍କ ପୁଅ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳକ ପୁଅ ପିୟୁଷ ଓ ନଡପୁର ଗ୍ରାମର ବ୍ରଜମୋହନ ବେହେରାଙ୍କ ସପ୍ତମ ଶ୍ରେଣୀରେ ପଢ଼ୁଥିବା ପୁଅ ରୋହିତ ରବିବାର ଅପରାହ୍ନ ୨ଟା ପାଖାପାଖି ସମୟରେ ବୈଶିଙ୍ଗା ଆସିବା ପାଇଁ ନଡ଼ପୁର ଗ୍ରାମ ଛକରୁ ଓଡି୧୧ଏଇ-୩୪୧୯ ନଂ ବିଶିଷ୍ଟ ଲକ୍ଷ୍ମୀ ବସରେ ଚଢ଼ିଥିଲେ । ତେବେ ୨ଭାଇ ବସରେ ଉଠିବା ସମୟରେ କଣ୍ଡକ୍ଟର ଦାୟିତ୍ୱରେ ଥିବା ଦାରିହା ଗ୍ରାମର ପ୍ରତାପ ବଇଠାଙ୍କୁ କହିଥିଲେ କି ତାଙ୍କ ପାଖରେ ଭଡା ଦେବାପାଇଁ ୧୦ ଟଙ୍କା ନାହିଁ ଓ ବୈଶିଙ୍ଗା ବସଷ୍ଟାଣ୍ଡରେ ତାଙ୍କ ବାପା ସରୋଜ ଜଗିଛନ୍ତି ଭଡା ଦେଇ ଦେବେ। ତେବେ ବୈଶିଙ୍ଗା ପହଂଚିବା ପରେ ଷ୍ଟାଣ୍ଡରେ ସରୋଜ ନଥିବାରୁ ୨ଭାଇ ୧୦ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ ଓ କଣ୍ଡକ୍ଟରକୁ ବସରୁ ଓହ୍ଲାଇ ଦେବାକୁ ଅନୁରୋଧ କରିଥିଲେ। ହେଲେ ମାନବିକତା ଭୁଲି ଯାଇଥିଲେ ଲକ୍ଷ୍ମୀ ବସ କଣ୍ଡକ୍ଟର ପ୍ରତାପ । ୨ଭାଇଙ୍କୁ ବୈଶିଙ୍ଗରେ ନ ଓହ୍ଲାଇ ବସର ଲାଷ୍ଟ ଷ୍ଟୋପେଜ କଳମା ଅଂଚଳର କାନ୍ଥି ପର୍ଯ୍ୟନ୍ତ ନେଇ ଯାଇଥିଲେ। ତେବେ ରାସ୍ତାରେ ସରୋଜ ପିଲାଙ୍କୁ ବୈଶିଙ୍ଗାରେ ନ ଓହ୍ଲାଇବା ଦେଖି ଫୋନ କରିଥିଲେ ବି ସେ ତାଙ୍କୁ ଆମେ ପଳେଇ ଆସିଛୁ କହି ବୈଶିଙ୍ଗାରେ ଅପେକ୍ଷା କରିବାକୁ କହିଥିଲେ ଓ ଫେରିଲେ ପିଲାଙ୍କୁ ନେବେ ବୋଲି ପରାମର୍ଶ ଦେଇଥିଲେ। ତେବେ ପରିବାର ବର୍ଗ ଦୀର୍ଘ ଦେଢ ଘଂଟା ପରେ ବସ ଫେରିବାରୁ ପିଲାଙ୍କୁ ପାଇଥିଲେ ଓ ୨ଭାଇଙ୍କ ମୁହଁରୁ ସବୁ କଥା ଶୁଣିଥିଲେ। ପରେ ବୈଶିଙ୍ଗା ବଜାର ମଝିରେ ବସକୁ ଅଟକେଇବା ସହିତ କଣ୍ଡକ୍ଟରକୁ ଏବାବଦରେ ପଚାରିଥିଲେ ପରିବାର ଲୋକ। ପରେ ସ୍ଥାନୀୟ ଲୋକ ମଧ୍ୟ ଘଟଣା ସ୍ଥଳରେ ଏକଜୁଟ ହୋଇଯାଇଥିଲେ ଓ ଉତେଜନା ସୃଷ୍ଟି ହୋଇଥିଲା। ପରେ ପ୍ରତାପ ଉଠବସ ହେବା ସହିତ ଅଭିଭାବକଙ୍କୁ ହାତ ଯୋଡି ଭୁଲ ମାଗିବା ପରେ ବସରେ ଅନ୍ୟ ଯାତ୍ରୀ ଥିବାରୁ ବସକୁ ଛାଡି ଦିଆଯାଇଥିଲା। ତେବେ ଉକ୍ତ ଘଟଣା ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଆଇଜି ବୈଶିଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande