ଚାନ୍ଦବାଲିରେ ଜିଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ଓ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଂଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍
CHANDBALI JANA SUNANI PROGRAMME


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ଓ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଭଦ୍ରକଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଂଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।ମୋଟ ୨୧୦ ଅଭିଯୋଗର ଶୁଣାଣି କରିଥିଲେ । ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଂଚାୟତ ହଳଦିଆ ଗ୍ରାମରେ ରାସନ କାର୍ଡ ହିତାଧିକାରୀମାନେ ରାସନ ସାମଗ୍ରୀ ପାଇଁ ୮କିମି ଦୂରରେ ଥିବା ଅନ୍ୟ ଏକ ପଂଚାୟତର ଡିଲର କେନ୍ଦ୍ରକୁ ଯାଉଥିବା ପ୍ରତିବାଦରେ ଶତାଧିକ ମହିଳା ଆସି ହୋହାଲ୍ଲା କରିଥିଲେ । ୨୦କିଲୋ ଚାଉଳ ପାଇଁ ଅଟୋ ଖର୍ଚ୍ଚ ୨୦୦ ଟଙ୍କା ଯାଉଛି ବୋଲି ଅଭିଯୋଗ କରିଥିଲେ ଶତାଧିକ ମହିଳା । ଜିଲ୍ଲାପାଳ ସିଏସଓ ଙ୍କୁ ତଦନ୍ତ କରି ହିତାଧିକାରୀ କେମିତି ସୁବିଧାରେ ଖାଉଟି ସାମଗ୍ରୀ ପାଇବେ ସେ ନେଇ ଆଦେଶ ଦେଇଥିଲେ । ସେହିପରି ଏନଏସି ସ୍ଥିତ ନୂଆ ବସଷ୍ଟାଣ୍ଡ ଉଦ୍ଘାଟନକୁ ଦୁଇ ବର୍ଷ ହେବାକୁ ବସିଥିଲେ ସୁଦ୍ଧା ଖୋଲା ଗଲା ନାହିଁ ଏହା ଫଳରେ ରାସ୍ତା ପାଖରେ ବସ ଛିଡା ହୋଇ ରହୁଛି ବିଭିନ୍ନ ସମୟରେ ସାଧାରଣ ଲୋକ ଦୁର୍ଘଟଣା ରେ ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ ସମାଜସେବୀ ବିଶ୍ୱନାଥ ସୂତାର । ଏଥସହ ଚାନ୍ଦବାଲି ମେଗା ପାନୀୟ ଜଳ ପକ୍ଷରୁ ଅବଧି ଶେଷ ପରେ ଏବେ ସୁଦ୍ଧା ଅଧିକାଂଶ ପଂଚାୟତ ପାନୀୟ ଜଳ ଲୋକେ ପାଇ ପାରିଲେ ନାହିଁ ଓ ମେଗା କମ୍ପାନୀ ମାତ୍ରାଧିକ କାର୍ଯ୍ୟରେ କେଉଁଠି ପାଇପି ଫାଟି ପାଣି ବାହାରୁଛି ତ କେଉଁଠି ରାସ୍ତା ତାଢ଼ି ଦିଆ ଯାଉଛି ହେଲେ ଅଭିଯୋଗ କଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି । ଜିଲ୍ଲାପାଳ ଏନଏସି ଏଅଧକାରୀ ଆଭାସ ରଞ୍ଜନ ପାଣିଗ୍ରାହୀ ଙ୍କୁ ଡାକି ଏହି ସପ୍ତାହ ଭିତରେ ବସଷ୍ଟାଣ୍ଡ ଖୋଲିବା ପାଇଁ ନିର୍ଦେଶ ଦେଇଥିଲେ । ଉକ୍ତ ଶିବିରରେ ଭୀମ ଭୋଇ ସାମର୍ଥ ଅଭିଯାନ ଯୋଜନାରେ ତିନି ଚକିଆ ସାଇକେଲ ପାଂଚଟି ପ୍ରଦାନ କରାଯାଇଥିଲା । ପ୍ରାୟ ଦୁଇ ମାସ ହେବ ଚଷାଖଣ୍ଡ ଗ୍ରାମ ର ଭଦ୍ରକ -ଚାନ୍ଦବାଲି ମୁଖ୍ୟ ରାସ୍ତା କୁ ସଂଯୋଗ କରୁଥିବା ଗ୍ରାମ ରାସ୍ତାକୁ ଦୁଇ ଯାଗା ତାଡି ଦେଇ ଦୁଇ ମାସ ରୁ ଉର୍ଦ୍ଧ ହେବ ଗ୍ରାମ ର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଆଜି ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କୁ ଯାଇ ଗ୍ରାମ ବାସୀ ଏକ ଲିଖିତ ଅଭିଯୋଗ କରିଥିଲେ ଜିଲ୍ଲା ପାଳ ଅଭିଯୋଗ ଟିକୁ ଗୁରୁତର ନେଇ ଗ୍ରାମ ରେ ପହଂଚି ସ୍ଥିତ ଅନୁଧ୍ୟାନ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଅତି ଶିଘ୍ର ରାସ୍ତା କାର୍ଯ୍ୟ ଓ ଡ୍ରେନ କାର୍ଯ୍ୟ ଆରମ୍ଭ କରିବାପାଇଁ। ଜିଲା ପରିଷଦ ମୁଖ୍ୟ ନିର୍ଭାଇ ଅଧିକାରୀ ଶୁଭେନ୍ଦୁ ସାମଲ, ସିଡିଏମଓ ଡ଼. ସୁଧୀର ରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବତୀ,ବିଡ଼ିଓ ସଂଜୀବ ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକ, ଡ଼ିଏସଏସଓ ସୁଭାଷ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ବିଭାଗ ର ଅଧିକାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande