ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଆଜି ଦୋସିଙ୍ଗା ଅଂଚଳର ୨ଯୁବକ ଦୋସିଙ୍ଗା କୁ ଫେରୁଥିବା ସମୟରେ ରାସ୍ତା ପାଶ୍ୱର୍ରେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ଘଟଣା ସ୍ଥଳରେ ଦୋସିଙ୍ଗା ସମିପାଟିଆ ଗ୍ରାମର ରାଜୁ ଖାଟୁଆଙ୍କ ର ମୃତ୍ୟୁ ହୋଇଥିବା ବେଳେ ବାଇକ ଫଛରେ ବସିଥିବା ମୁନ୍ନା ଜେନା ଗୁରୁତ୍ୱର ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ରାଜୁ ଖାଟୁଆଙ୍କର ମୃତ୍ୟୂ ଘୋଷଣା କରିଥିବା ବେଳେ ମୁନ୍ନା ଜେନାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ